spot_img

Latest Posts

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରଭାବ ; ଆମାଜନ କର୍ମଚାରୀଙ୍କ ମୁଣ୍ଡରେ ଚଡ଼କ

ନନ୍ଦିଘୋଷ ବ୍ୟୁରୋ : ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରଭାବ। ଆମାଜନ କର୍ମଚାରୀଙ୍କ ମୁଣ୍ଡରେ ଚଡ଼କ। ଆସନ୍ତା ସପ୍ତାହରେ କମ୍ପାନି କରିବ ବଡ଼ ଘୋଷଣା। ବିଦା ହେବେ ପ୍ରାୟ ୧୬ ହଜାର କର୍ମଚାରୀ। ବିଭିନ୍ନ କମ୍ପାନିରେ ଛଟେଇ ପ୍ରକ୍ରିୟା ଜାରି ରହିଥିବାବେଳେ ଆମାଜନର ନିଷ୍ପତ୍ତି ଛନକା ସୃଷ୍ଟି କରିଛି। ପ୍ରାୟ ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି ଗତ ଅକ୍ଟୋବରରେ କମ୍ପାନି ଦେଇଥିଲା ସୂଚନା। ଆସନ୍ତା ୨୭ରୁ ଛଟେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରଭାବରେ ଏହି ବିପୁଳ କର୍ମଚାରୀ ଛଟେଇ ହେବେ। ଗତ କିଛି ମାସର ଛଟେଇ ସଂଖ୍ୟା ଓ ବର୍ତ୍ତମାନର ଛଟେଇ ସଂଖ୍ୟା ହିସାବ କଲେ ମୋଟ ଛଟେଇ ସଂଖ୍ୟା ହେବ ୩୦ ହଜାର। ଗତ ୨୦୨୩ରେ ବି ଆମାଜନରୁ ଛଟେଇ ହୋଇଥିଲେ ପ୍ରାୟ ୨୭ ହଜାର କର୍ମଚାରୀ। ଯେଉଁ କର୍ମଚାରୀଙ୍କୁ ପରଫର୍ମାନ୍ସ ଇମ୍ପ୍ରୁଭମେଣ୍ଟ ପ୍ଲାନ ତାଲିକାରେ ରଖାଯାଇଛି ସେମାନଙ୍କୁ ବିଦା ହେବାକୁ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି।

Latest Posts

Don't Miss