ଆସନ୍ତା ୬ ମାସ ଭିତରେ ପଡୁଛି ଦୁଇ ଦୁଇଟି ଚନ୍ଦ୍ରଗ୍ରହଣ । ଶୁଭ-ଅଶୁଭର ଗଣନା କରୁଛନ୍ତି ଜ୍ୟୋତିର୍ବିଦ

ନନ୍ଦିଘୋଷ ବ୍ୟୁରୋ:  ଆସନ୍ତା ୭ ତାରିଖରେ ଚନ୍ଦ୍ରଗ୍ରହଣ। ଆସନ୍ତା ୬ ମାସ ଭିତରେ ଦୁଇ ଦୁଇଟି ଚନ୍ଦ୍ରଗ୍ରହଣ ପଡୁଛି। ଯାହାକୁ ନେଇ ଶୁଭ-ଅଶୁଭର ଗଣନା କରୁଛନ୍ତି ଜ୍ୟୋତିର୍ବିଦ ମାନେ। ଆସନ୍ତା ୭ ତାରିଖ ତଥା ଭାଦ୍ରବ ପୂର୍ଣ୍ଣିମାରେ ପ୍ରଥମ ଚନ୍ଦ୍ରଗ୍ରହଣ। ସେହିଭଳି ୨୦୨୬ ମାର୍ଚ୍ଚ ମାସ ଦୋଳପୂର୍ଣ୍ଣିମାରେ ପଡୁଛି ଆଉ ଏକ ଚନ୍ଦ୍ରଗ୍ରହଣ। ଏହି ଦୁଇଟି ଯାକ ଚନ୍ଦ୍ରଗ୍ରହଣ ବଡ ବଡ ପର୍ବ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ବତନ୍ତ୍ର ତିଥିରେ ପଡୁଛି । ତେବେ ଜ୍ୟୋତିଷ ମାନଙ୍କ ଗଣନା କହୁଛି ଯେ ୬ ମାସ ବ୍ୟବଧାନରେ ଦୁଇ ଦୁଇଟି ଚନ୍ଦ୍ରଗ୍ରହଣ ପଡୁଥିବାରୁ ରାଜ୍ୟକୁ ଅଶୁଭ ବେଳା ରହିଛି। ଯେଭଳିକି ବନ୍ୟା, ବାତ୍ୟା, ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିପାରେ ଓଡିଶା। ଭାଦ୍ରବ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତଥା ଭାଗବତ ଜନ୍ମରେ ପଡୁଛି ପ୍ରଥମ ଚନ୍ଦ୍ର ଗ୍ରହଣ ତେବେ ଭାଦ୍ରବ ପୂର୍ଣ୍ଣିମାରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣ ହେଉଛି ରାହୁ ଗ୍ରସ୍ତ ଖ ଗ୍ରାସ ଚନ୍ଦ୍ର ଗ୍ରହଣ। ତେବ ଏହି ଚନ୍ଦ୍ର ଗ୍ରହଣ ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରୁ ରାତି ପ୍ରାୟ ୧ଟା ୨୭ ମିନିଟ ୧୭ ସେକେଣ୍ଡ ପର୍ଯ୍ୟନ୍ତ ଦୀର୍ଘ ସାଢେ ତିନିଘଣ୍ଟା ଧରି ଏହା ଅନୁଷ୍ଠିତ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏକ ଅଳ୍ପ ସମୟ ମଧ୍ରରେ ଦୁଇଟି ଚନ୍ଦ୍ର ଗ୍ରହଣ ଘଟିବା ଏକ ଅସାଧାରଣଘଟରା ଏବଂ ଏହା ଜଟିଳ ପରିସ୍ଥିତି ସୃଷ୍ଟି କରିଥାଏ। ଏହି ଗ୍ରହଣ ଗୁଡିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ମହତ୍ବ ପୂର୍ଣ୍ଣ ପର୍ବପର୍ବାଣି ସହ ସମ୍ପୃକ୍ତ ହୋଇଥିବାରୁ ଏହାର ପ୍ରଭାବ ଆହୁରି ଗୁରୁତର ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଭାଦ୍ରବ ପୂର୍ଣ୍ଣିମା ଯାହା ଭାଗବତ ଜନ୍ମ ଭାବରେ ପାଳିତ ହୁଏ। ସେହି ତିଥିରେ ଗ୍ରହଣ ପଡିବା ଏକ ବିଶେଷ ଘଟଣା। ସେହିପରି ଆଗାମୀ ବର୍ଷ ମାର୍ଚ୍ଚ ମାସରେ ଦୋଳପୂର୍ଣ୍ଣିମା, ଯାହା ହୋଲି ଉତ୍ସବ ସହ ଜଡିତ। ସେହିଦିନ ମଧ୍ୟ ପଡିବ ଚନ୍ଦ୍ର ଗ୍ରହଣ। ଏହି ଉଭୟ ପର୍ବ ଓଡିଆ ସଂସ୍କୃତି ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିରେ ଗଭୀର ଆଧ୍ୟାତ୍ମିକ ଏବଂ ସାମାଜିକ ମହତ୍ବ ବହନ କରେ। ଜ୍ୟୋତିର୍ବିତଙ୍କ ମତରେ ଏପରି ଗ୍ରହଣ ପ୍ରକୃତିରେ ଏକ ପ୍ରକାର ଅସନ୍ତୁଳନ ସୃଷ୍ଟି କରିଥାଏ। ଯାହା ବନ୍ୟା, ବାତ୍ୟା, ବର୍ଷା ହାନି କିମ୍ବା ଭୂକମ୍ପ ପରି ପ୍ରାକୃତିକ ଆପଦ ଆଣିବାର ସମ୍ଭାବନା ବଢାଇଥାଏ। ଏହି ଗ୍ରହଣଗୁଡିକ ରାଶି ଚକ୍ର ଉପରେ ମଧ୍ୟ ପ୍ରଭାବ ପକାଇବ ବୋଲି ଜ୍ୟୋତିଷ ମାନେ ଅନୁମାନ କରୁଛନ୍ତି।