ଉପହାର ହଲ ଟ୍ରାଜେଡି ମାମଲା: ଦୁଇ ଅଭିଯୁକ୍ତଙ୍କୁ ସାତ ବର୍ଷ ଜେଲ, ୨.୨୫ କୋଟି ଲେଖାଏଁ ଜରିମାନା

ଖୋର୍ଦ୍ଧା: ଉପହାର ଟ୍ରାଜେଡି ମାମଲାରେ କୋର୍ଟଙ୍କ ରାୟ । ଦୁଇ ଅଭିଯୁକ୍ତ ସୁଶିଲ୍ ଅନସଲ୍ ଓ ଗୋପାଳ ଅନସଲଙ୍କୁ ୭ ବର୍ଷ ଲେଖାଏଁ ଜେଲ୍ । ଦିଲ୍ଲୀର ଏକ କୋର୍ଟ ଦୁଇ ଭାଇ ସୁଶିଲ୍ ଓ ଗୋପାଳ ଅନସଲକୁ ୭ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ଦେବା ସହ ୨ କୋଟି ୨୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି । ଉପହାର ସିନେମା ହଲ ଅଗ୍ନିକାଣ୍ଡରେ ପ୍ରମାଣ ନଷ୍ଟ କରିବା ମାମଲାରେ ସୁଶିଲ୍ ଓ ଗୋପାଳ ଅନସଲକୁ ଦଣ୍ଡାଦେଇ ଶୁଣାଇଛନ୍ତି କୋର୍ଟ ।  ମାମଲାରେ ଦୁଇ ଜଣକୁ ସୁପ୍ରିମକୋର୍ଟ ଦୁଇ ବର୍ଷ ଲେଖାଏଁ ଜେଲ ଦଣ୍ଡ ଦେବା ସହ ୩୦ କୋଟି ଲେଖାଏଁ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି  ।

୧୯୯୭ରେ ଦିଲ୍ଲୀର ଉପହାର ସିନେମା ହଲରେ ନିଆଁ ଲାଗିଥିଲା । ନିଆଁର ଭୟାବହ ଏତେ ଥିଲା ଯେ ଏଥିରେ ୫୯ ଜଣକ ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଥିଲେ । ସିନେମା ଦେଖିଥିବା ସମୟରେ ହଠାତ୍ ନିଆଁ ଲାଗିଥିଲା, ତେବେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବାରୁ ନିଆଁ ଚାରିଆଡକୁ ବ୍ୟାପିଥିଲା । ଏହି ଘଟଣାରେ ସେତେବେଳେ ଚର୍ଚ୍ଚାରେ ଥିବାବେଳେ ଦୁଇ ଭାଇ ସୁଶିଲ୍ ଓ ଗୋପାଳ ଅନସଲକୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ

Leave a Reply