କର୍ତ୍ତୃପକ୍ଷଙ୍କ ଭେଟ ନହେବାରୁ, CHSE କାର୍ଯ୍ୟାଳୟ ଆଗରେ ହାତ କାଟିଲେ ଛାତ୍ରୀ

ଭୁବନେଶ୍ୱର: CHSE କାର୍ଯ୍ୟାଳୟ ଆଗରେ ହାତ କାଟିଲେ ଯୁକ୍ତ ଦୁଇ ଡ୍ରପ ଆଉଟ୍ ଛାତ୍ରୀ । ଆଜି CHSE କାର୍ଯ୍ୟାଳୟକୁ ଛାତ୍ରୀ ଜଣଙ୍କ ନିଜ ଅଭିଯୋଗ ଶୁଣାଇବାକୁ ଯାଇଥିବାବେଳେ କାଉନସିଲ କର୍ତ୍ତୃପକ୍ଷଙ୍କ ସହ କଥା ହେବାକୁ କହିଥିଲେ । କିନ୍ତୁ କାଉନସିଲ କର୍ତ୍ତୃପକ୍ଷ କଥା ନହେବାରୁ ଛାତ୍ରୀ ଜଣଙ୍କ ହାତ କାଟି ଦେଇଥିବା ଜଣାପଡିଛି ।
ସୂଚନା ମୁତାବକ ଛାତ୍ରୀ ଜଣଙ୍କର ଘର ଗଞ୍ଜାମ ଜିଲ୍ଲାରେ । ଯୁକ୍ତ ଦୁଇ ଡ୍ରପଆଉଟ୍ ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ଧାରଣା ଦେଇଥିଲେ । କିନ୍ତୁ ଛାତ୍ରୀ ଜଣଙ୍କ କାଉନସିଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାକୁ ଚାହୁଁଥିଲେ, ବିଫଳ ହେବାରୁ ପ୍ରତିବାଦ ସ୍ଥଳରେ ହାତ କାଟିଦେଇଥିଲେ । ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।