spot_img

Latest Posts

କିଛି ଦିନର ବ୍ୟବଧାନ ପରେ ପୁଣି ମଇଦାନକୁ ଓହ୍ଲାଇଲେ TVK ସୁପ୍ରିମୋ ବିଜୟ

କିଛି ଦିନର ବ୍ୟବଧାନ ପରେ ପୁଣି ମଇଦାନକୁ ଓହ୍ଲାଇଲେ ତାମିଲଗା ଭେଟ୍ରି କାଜାଗମ ବି ଟିଭିକେ ସୁପ୍ରିମୋ ବିଜୟ। କରୁର ଦଳାଚକଟା ଘଟଣାରେ ୪୧ ଜୀବନ ଯିବା ଘଟଣାର ପ୍ରାୟ ୨ ମାସ ପରେ ଦଳକୁ ପୁଣି ଆକ୍ଟିଭ ମୋଡକୁ ଆଣିଛନ୍ତି ବିଜୟ। କାଞ୍ଚିପୁରମର ସୁଙ୍ଗୁଭାର୍ଚାତିରମର ଏକ ଇଣ୍ଡୋର ଷ୍ଟାଡିୟମରେ ସଭା କରିଛନ୍ତି ବିଜୟ। ଏଥିରେ ଦଳର କ୍ୟାଡର, ନେତା ଓ କିଛି ସମର୍ଥକ ଯୋଗଦେଇଛନ୍ତି। ସଭାସ୍ଥଳୀକୁ ଯିବା ଲାଗି କୋଡଭିତ୍ତିକ ପାସ୍ ପ୍ରଦାନ କରାଯାଇଛି। ସମସ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏହି ସମାବେଶରେ ସେ ଶାସକ ଡିଏମକେକୁ ତୀବ୍ର ସମାଲୋଚନା କରିବା ସହ ପାରିବାରିକ ରାଜନୀତିକୁ ତୀବ୍ର ବିରୋଧ କରିଥିଲେ। ରାଜ୍ଯରେ ରାଜନୈତିକ ପରିବର୍ତ୍ତନ ଲାଗି ସେ ଆହ୍ବାନ ଦେବା ସହ ଆଗାମୀ ଦିନରେ ଦଳକୁ ଶକ୍ତିଶାଳୀ କରିବା ଲାଗି ଆହ୍ବାନ ଦେଇଛନ୍ତି। ରାଜ୍ୟରେ ଜାତିଗତ ଜନଗଣନା ଓ ସମାନତାଭିତ୍ତିକ ନୀତି ପ୍ରଚଳନ ଲାଗି ସେ ଦାବି କରିଛନ୍ତି। ଏହି ସମାବେଶ ଲାଗି ଦଳ ପକ୍ଷରୁ ଅନେକ କଟକଣା ଲାଗୁ କରାଯାଇଥିଲା। କାର୍ଯ୍ଯକ୍ରମ ଲାଗି ପୋଲିସ ଅନୁମତି ବି ନିଆଯାଇଥିଲା। ସେପଟେ ତାମିଲନାଡୁରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ଏସଆଇଆର ପ୍ରସ୍ତାବକୁ ବିରୋଧ କରିଛନ୍ତି ବିଜୟ। ଏସଆଇଆରକୁ ବିରୋଧ କରି ଦଳ ସୁପ୍ରିମକୋର୍ଟରେ ଆବେଦନ କରିଛି। ଗତ ସେପ୍ଟେମ୍ବର ୨୭ରେ କରୁରରେ ଘଟିଥିଲା ଦଳାଚକଟା ଘଟଣା।

Latest Posts

Don't Miss