ନନ୍ଦିଘୋଷ ବ୍ୟୁରୋ : ପୁଣି ଚିଲିକାରେ ଲାଗିଲା ନିଆଁ । ଜଳୁଛି ଏକର ଏକର ନଳ ବଣ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ କାଳୁପଡା ଘାଟ ନିକଟରେ ଲାଗିଛି ନିଆଁ ।ନିଆଁର ବ୍ୟାପକତା ଦେଖି ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ନିଆଁ ଲାଗିବା ଫଳରେ ଚିଲିକାର ବାସ କରୁଥିବା ବିରଳ ଫିସିଙ୍ଗ କ୍ୟାଟ, ଗାଢ଼ ଭାଲୁ, କୋକି ଶିଆଳି ଆଦି ଜଳ ଜୀବଙ୍କ ଜୀବନ ବିପଦରେ ପଡିଛି । ତେବେ ପ୍ରଶାସନର ନିଘା ନଥିବା ଅଭିଯୋଗ ହୋଇଛି । ମାଛ ମାରିବା ପାଇଁ ମାଫିଆ ନଳ ରେ ନିଆଁ ଲଗାଉଥିବା ଅନୁମାନ କରାଯାଉଛି । ନିଆଁ କୁ ଆୟତ କରିବା ପାଇଁ ଟାଙ୍ଗୀ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚିଛି । ଡ଼ଙ୍ଗା ସହାୟତାରେ ମୋଟର ବୋଟ ପାଇପ ନେଇ ଅଗ୍ନିଶମ ଟିମ ଚିଲିକା ଭିତରକୁ ଯାଇଥିଲେ ସୁଦ୍ଧା ନିଆଁକୁ ଆୟତ୍ତ କରିପାରି ନାହାନ୍ତି ।

