ଦଣ୍ଡାସିଂହା ମହାବିଦ୍ୟାଳୟର କାର୍ଯ୍ୟରତ ପିଅନଙ୍କୁ ହତ୍ୟା !

ଦେବଗଡ଼ : ରାସ୍ତାକଡରୁ ପିଅନଙ୍କ ମୃତଦେହ ଉଦ୍ଧାର । ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଦଣ୍ଡାସିଂହା ଯୁକ୍ତ ୨ ମହାବିଦ୍ୟାଳୟ ପିଅନଙ୍କୁ ହତ୍ୟା ଅଭିଯୋଗ । ତାଙ୍କ ନାଁ ମିଲୁଚରଣ ବେହେରା।
ଆଜି ସକାଳୁ ମହୁଲିନାଲି ରାସ୍ତା କଡ଼ରୁ ମିଲୁଙ୍କ ମୃତଦେହ ମିଳିଛି । ଗତକାଲି ରାତିରେ ସେ ବାଲିରୋଇରୁ ରେଙ୍ଗାଳ ବାହାଳ ଗାଁରେ ରହୁଥିବା ନିଜ ପରିବାର ପାଖକୁ ଯାଉଥିଲେ। ହେଲେ ଆଜି ସକାଳ ପର୍ଯ୍ୟନ୍ତ ଘରେ ପହଞ୍ଚିନଥିବାରୁ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ ।
ମୃତଦେହ ମିଳିବା ପରେ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରି ହତ୍ୟା ମାମଲା ରୁଜୁ କରିଛି । ସାଇଣ୍ଟିଫିକ ଟିମ୍ ଓ ସନ୍ଧନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି ପୋଲିସ ।