ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର: ଶଙ୍ଖ ଭବନରେ ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାର ଦଳୀୟ ସମୀକ୍ଷା ସମୀକ୍ଷା କରିବା ସହ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ । ନିର୍ବାଚିତ ପ୍ରତିନିଧି ଓ ଦଳୀୟ ପଦାଧିକାରୀଙ୍କ ସହିତ ସଂଗଠନ ଓ ଦଳର ସ୍ଥିତି ନେଇ ଆଲୋଚନା କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳକୁ ଆହୁରି ସକ୍ରିୟ ରଖି ଆହୁରି ମଜଭୁତ କରାଯାଇପାରିବ, ଦୁଇ ଜିଲ୍ଲାର ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ ପଟ୍ଟନାୟକ। ବିରୋଧୀ ଦଳରେ ଥିଲେ ବି ଲୋକଙ୍କ ସେବା କରିବାକୁ ଓ ଲୋକଙ୍କ ସହିତ ଯୋଡ଼ି ହୋଇ ରହିବାକୁ ପରାମର୍ଶ ଦେଇଥିଲେ ନବୀନ । ଏହା ହେଉଛି ବୈଠକର ମୁଖ୍ୟ ।
ବିଜେଡିର ୨୪ ବର୍ଷର ଶାସନରେ ନବୀନ ସରକାର ଯେଉଁ ଲୋକାଭିମୁଖୀ କାମ କରିଥିଲେ, ସେ ସଂପର୍କରେ ଲୋକଙ୍କ ଅବଗତ କରାଇବା ଉପରେ ବି ଆଲୋଚନା ହୋଇଛି।