ଆଜି ବସିବ ନିପା ଭାଇରସ ନେଇ ସମୀକ୍ଷା ବୈଠକ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୩ଟାରେ ଲୋକସେବା ଭବନରେ ବୈଠକ ବସିବ । ତିନି ଦିନ ତଳେ ପଶ୍ଚିମବଙ୍ଗରେ ଦୁଇ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ଠାରେ ନିପା ଭାଇରସ ଚିହ୍ନଟ ହୋଇଥିଲା । ପଶ୍ଚିମବଙ୍ଗକୁ ପ୍ରତିଦିନ ଓଡ଼ିଶାରୁ ହଜାର ହଜାର ସଂଖ୍ୟାରେ ଲୋକ ଯିବା ଆସିବା କରନ୍ତି । ଏହି କାରଣରୁ ଓଡ଼ିଶାକୁ ଯେପରି ନିପା ଭାଇରସ ନ ଆସେ । ତାକୁ ନେଇ ପ୍ରତିକାର ବ୍ୟବସ୍ଥା କରିବାକୁ ସରକାର ଆଜି ବୈଠକ ଡକାଇଛନ୍ତି ।

