ନୟାଗଡ: ଦୈନିକ ଖବରକାଗଜ ‘ସକାଳ’ ପକ୍ଷରୁ ନୟାଗଡ଼ ଜିଲ୍ଲା ସ୍ତରୀୟ ବକୃତା ପ୍ରତିଯୋଗୀତା ନୟାଗଡ଼ ସହର ୟୁନିଟେକ୍ ରେସିଡେନ୍ସିଆଲ୍ କଲେଜରେ ଅନୁଷ୍ଠିତ ହୋଇଯାଇଛି । ଜୁନିୟର ଏବଂ ସିନିୟର ପିଲାଙ୍କୁ ନେଇ ଆୟୋଜିତ ଏହି ପ୍ରତିଯୋଗୀତାରେ କଥାକାର ଶରତ ଚନ୍ଦ୍ର ଆଚାର୍ଯ୍ୟ, ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଅଧ୍ୟାପକ ଶୁଭ୍ରାଶୁଂ ବିଶ୍ୱାଳ, ସାମ୍ବାଦିକ ଚିତ୍ତରଞ୍ଜନ ପାଶା , ଅଧ୍ୟାପିକା ରୀନାବାଳା ଆଚାର୍ଯ୍ୟ, କବି କମଳ ଦାଶ ପ୍ରମୂଖ ବିଚାରକ ଭାବେ ଅଂଶ ଗ୍ରହଣ କରିଥିଲେ ।
ଜୁନିୟର ସ୍ତରରେ ଖଣ୍ଡପଡ଼ା ଆର୍.ସି ହାଇସ୍କୁଲର ଛାତ୍ର ଆସ୍ତିକ ମିଶ୍ର, ସିନିୟର ସ୍ତରରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଶୁଭଶ୍ରୀ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାକୁ ମନୋନୀତ ହୋଇଛନ୍ତି । ନୟାଗଡ଼ ପୈାର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଛନ୍ତି । ନୟାଗଡ଼ ଜିଲ୍ଲା ସକାଳ ପ୍ରତିନିଧି ଅନୀଲ କୁମାର ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରି ସକାଳର ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ।
ସେହିପରି ନୂଆପଡା ନେସନାଲ ହାଇସ୍କୁଲ ଠାରେ ଏକ ବିତର୍କ ପ୍ରୟିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଚ୍ଚ ବିଦ୍ୟାଳୟ ସ୍ତର ଓ ମହାବିଦ୍ୟାଳୟ ସ୍ତର ଛାତ୍ର ଛାତ୍ରୀ ମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ ମହା ବିଦ୍ୟାଳୟ ସ୍ତର- ଡ୍ରଗସ କବଳରେ ଯୁବପିଢ଼ି ଓ ଉଚ୍ଚ ବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀ ଙ୍କ ଉପରେ ଅନଲାଇନ ଶିକ୍ଷାର ପ୍ରଭାବ ଓ ଦୁଷ୍ଟ ପ୍ରଭାବ ସମ୍ପର୍କିତ ବିଷୟ ବସ୍ତୁ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଉଚ୍ଚ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତର ରେ ବିଚାରକ ଙ୍କ ଦୁଆରା ଚୟନ ଛାତ୍ର ଛାତ୍ରୀ ଓ ବିତର୍କ ରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ଙ୍କ ଦୁଆରା ପୁରସ୍କୃତ କରାଯାଇଥିଲା।

