ପାଟଣାଗଡ଼ରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ଘଟଣାରେ ପୂର୍ବତନ ବିଧାୟକଙ୍କୁ ନିନ୍ଦା

ବାଲେଶ୍ଵର: ବଲାଙ୍ଗୀର ପାଟଣାଗଡ଼ରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଅସମ୍ମାନ ଘଟଣାକୁ ନିନ୍ଦା କରିଛନ୍ତି ବାଲେଶ୍ଵର ସଦର ପୂର୍ବତନ ବିଧାୟକ ସ୍ଵରୂପ ଦାସ। ସେ କହିଛନ୍ତି, ବିଜୁ ପଟ୍ଟନାୟକ ସବୁବେଳେ ଓଡ଼ିଶା ବିକାଶ ପାଇଁ କାର୍ଯ୍ୟ କରୁଥିଲେ। ମହିଳା ଶସକ୍ତିକରଣ ହେଉ ବା ପଞ୍ଚାୟତିରାଜ ବ୍ୟବସ୍ଥା ସବୁ ବିଜୁବାବୁଙ୍କ ସମୟରେ ହୋଇଛି। ଏପରି ଜଣେ ମହାନ ନାୟକଙ୍କୁ ଅପମାନ ଦେବା ଏବଂ ସୁଚିନ୍ତିତ ଯୋଜନା ମାଧ୍ୟମରେ ପ୍ରତିମୂର୍ତ୍ତିରେ ନିଆଁ ଲଗାଇଦେବାକୁ ଯେତେ ନିନ୍ଦା କଲେ ମଧ୍ୟ କମ ହେବ। ଏହାକୁ ନେଇ ପ୍ରତିବାଦ କରିବାକୁ ଯାଉଥିବାବେଳେ ମହିଳା କର୍ମୀଙ୍କୁ ମଧ୍ୟ ପୋଲିସ ଦୁର୍ବ୍ୟବହାରକୁ ନିନ୍ଦା କରିଛନ୍ତି।

ସେହିପରି ଓଡିଶା ଅସ୍ମିତାର କଥା କହି ସରକାରକୁ ଆସିଥିବା ଦଳ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କୁ ଅପମାନ କରିଛି। ଆଜି ଓଡିଶାର ରାସ୍ତାଘାଟରୁ ଆରମ୍ଭ କରି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠାର ଅବଦାନ ବିଜୁ ପଟ୍ଟନାୟକଙ୍କ ଅତୁଳନୀୟ ଅବଦାନ। ସାରା ଦେଶରେ ପଂଚାୟତିରାଜ ବ୍ୟବସ୍ଥା ଆରମ୍ଭ କରିଥିବା ବିଜୁ ପଟ୍ଟନାୟକ ଜୟନ୍ତୀରେ ପଂଚାୟତିରାଜ ଦିବସ ନପାଳିବା ପରେ କଟକ ମାହାଙ୍ଗାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଅସମ୍ମାନ କରିଥିଲେ। ଆଉ ଏବେ ନିଆଁ ଲଗାଇବା ସହ ପୁଣି ପୋଲିସ ପ୍ରତିବାଦ ବେଳେ ମହିଳା କର୍ମୀଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ପୂର୍ବତନ ରେମୁଣା ବିଧାୟକ ସୁଦାମ ପରିଡ଼ା। ଏଥିରୁ ସରକାର ଦୁରେଇ ନରହିଲେ ଆଗାମୀ ଦିନରେ ଏହାର ଜବାବ ଲୋକେ ଦେବେ ବୋଲି ସେ କହିଛନ୍ତି।