ପିପିଲିରେ ପ୍ରଚାର ପୂର୍ବରୁ ବିଏସଏଫର ଫ୍ଲାଗ ମାର୍ଚ୍ଚ

ଭୁବନେଶ୍ୱର:  ପିପିଲି ଉପନିର୍ବାଚନକୁ ଆଖିରେ ରଖି ବିଏସଏଫର ଫ୍ଲାଗ ମାର୍ଚ୍ଚ । ପିପିଲିରେ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପିପିଲି ଥାନାରୁ ପିପିଲି ବଜାର ଯାଏଁ ଫ୍ଲାଗ୍‌ ମାର୍ଚ୍ଚ କରାଯାଇଛି । ପିପିଲିରେ ରାଜନୈତିକ ହିଂସାକାଣ୍ଡକୁ ନଜର ରଖି ବିଏସଏଫ ଯବାନ ଏନ୍ଏସିରେ ପଇଁତରା ମାରିଛନ୍ତି ।

ନିର୍ବାଚନ ତାରିଖକୁ ଆଉ ୧୦ ଦିନ ବାକି ରହିଥିବାବେଳେ ଆଜିଠୁ ସମସ୍ତ ରାଜନୈତିକ ଦଳ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି  । ତେଣୁ ଏପରି ସ୍ଥିତିରେ ଯେପରି ପିପିଲିରେ କୌଣସି ପ୍ରକାର ହିଂସା କିମ୍ବା ଅପ୍ରୀତିକର ପରିସ୍ଥିତି ନଉପୁଜେ, ସେଥି ପ୍ରତି ବିଶେଷ ସତର୍କ ରହିଛି ପୁରୀ ଜିଲ୍ଲା ପ୍ରଶାସନ  ।

ଯେଉଁଥି ପାଇଁ ୬ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ ଓ ୫ଜଣ ସିନିଅର ଅଫିସର ଏଥିରେ ସାମିଲ ହୋଇଛନ୍ତି । ଆଚରଣ ବିଧି ଉଲ୍ଲଂଘନ ଯେପରି ନହୁଏ ସେଥି ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦିଆଯାଇଛି । ପିପିଲିର ସମସ୍ତ ସ୍ଥାନ ଉପରେ ପୋଲିସର କଡ଼ା ନଜର ରହିଛି  ।

Leave a Reply