ନନ୍ଦିଘୋଷ ବ୍ୟୁରୋ: ପୃଥିବୀ ପରିତ୍ୟାଗ କଲା ଆଦିତ୍ୟ ଏଲ୧ ସ୍ପେସକ୍ରାଫ୍ଟ । ଏହା ସହ ପ୍ରାୟ ୧୧୦ ଦିନିଆ ଯାତ୍ରା ଆରମ୍ଭ କରି ସୂର୍ଯ୍ୟ ଓ ପୃଥିବୀ ମଧ୍ୟସ୍ଥ ଲାଗରେଞ୍ଜ ପଏଣ୍ଟ୧ରେ ହେବ ଅବସ୍ଥାପିତ । ଗତ ସେପ୍ଟେମ୍ବର ୨ରେ ଉତକ୍ଷେପିତ ହୋଇଥିବା ସ୍ପେସକ୍ରାଫ୍ଟ ପ୍ରାୟ ୧୫ ଲକ୍ଷ କିଲୋମିଟର ଗତି କରି ଏଲ୧ ପଏଣ୍ଟରେ ଅବସ୍ଥାପିତ ହେବ । ପ୍ରେରିତ ୭ଟି ପେଲୋଡ ବିଭିନ୍ନ ଗବେଷଣା ଲାଗି କରିବେ ସହାୟତା । ଲିକୁଇଡ ଆପୋଜି ମୋଟରକୁ ବ୍ୟବହାର କରି କାର୍ଯ୍ୟ କରିବ ଆଦିତ୍ୟ ଏଲଓ୍ବାନ ।
ଯୋଗାଯୋଗ ବ୍ୟବସ୍ଥା, ସାଟେଲାଇଟ, ପାଓ୍ବାର ଗ୍ରୀଡ ଉପରେ ମହାକାଶ ଜଳବାୟୁର ପ୍ରଭାବ ସମ୍ପର୍କରେ ଆଗୁଆ ତଥ୍ୟ ଦେବ ଇସ୍ରୋର ପ୍ରଥମ ମହାକାଶଭିତ୍ତିକ ସୋଲାର ଅଭଜର୍ଭଟୋରୀ । ଏହା ସହ ପୃଥିବୀର ଜଳବାୟୁ ଉପରେ ସୂର୍ଯ୍ୟର ତେଜଷ୍କ୍ରିୟଗତ ପ୍ରଭାବ ସମ୍ପର୍କରେ ବି ମିଳିପାରିବ ତଥ୍ୟ । ସୂର୍ଯ୍ୟର ଫଟୋସ୍ପିହର, କ୍ରୋମୋସ୍ଫିହର ଓ ସୂର୍ଯ୍ୟର କୋରୋନା ସମ୍ପର୍କରେ ବି ଗବେଷଣା ହୋଇପାରିବ । ପୂର୍ବରୁ ଆଦିତ୍ୟ ଏଲ୧ ଚାରିଟି କକ୍ଷପଥ ପରିବର୍ତ୍ତନ କରିଥିଲା ।

