ପୋଲିସ ଅଧିକାରୀ ସମ୍ମିଳନୀରେ ମାନସମନ୍ଥନ

ଭୁବନେଶ୍ୱର: ଆରମ୍ଭ ହେଲା ଓଡିଶା ପୋଲିସର ୬୩ ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ । ସମ୍ମଳନୀକୁ ଉଦଘାଟନ କଲେ ପୋଲିସ ଡିଜି ଅଭୟ । ଅପରାଧ ଓ ଅପରାଧୀକ କାର୍ଯ୍ୟକଳାପ ଓ ଆଇନ ଶୃଙ୍ଖଳା ପରିସ୍ଥିତି, ସାଇବର କ୍ରାଇମ ଓ ମହିଳା ଶିଶୁ ସୁରକ୍ଷା ନେଇ ସମ୍ମିଳନୀରେ ହେବ ମାନସମନ୍ଥନ । ଅଭିଭାଷଣରେ ରାଜ୍ୟ ପୋଲିସର ସଫଳତା ବଖାଣିଲେ ଡିଜିପି । ରାଜ୍ୟ ମାଓ କାର୍ଯ୍ୟକଳାପ କମିବା ସହ ବିଚ୍ଛିନାଞ୍ଚଳରେ ମଧ୍ୟ ପୋଲିସ ପହଞ୍ଚିଛି ।

ନିଶାଦ୍ରବ୍ୟ ଚାଲାଣ ରୋକିବା ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସୁ ଚିନ୍ତିତ ଅପରାଧ ବିରୋଧରେ ପୋଲିସ ନେଉଛି କଡା କାର୍ଯ୍ୟାନୁଷ୍ଠାନ । ପୋଲିସ ପ୍ରଶାସନ କ୍ଷେତ୍ରରେ ବ୍ୟାପକ ବରିବର୍ତ୍ତନ ଅଣାଯାଇଛି । ସମସ୍ତ ରାଙ୍କରେ ପଦନ୍ନୋତି ହୋଇଛି । ଫାଇଭ-ଟି କାର୍ଯ୍ୟକ୍ରମକୁ ତ୍ବରାନିତ କରିବା ପାଇଁ ପୋଲିସର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ପାସପୋର୍ଟ ଭେରିଫିକେସନ୍ ଠିକ୍ ସମୟରେ କରାଯାଉଛି ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ୍ରାଫ ଟିମର କାର୍ଯ୍ୟଧାରା ବେଶ ଉଚ୍ଚକୋଟିର ରହିଛି । ନିଖୋଜ ହୋଇ ଯାଇଥିବା ଶିଶୁଙ୍କୁ ତୁରନ୍ତ ଉଦ୍ଧାର କରାଯାଉଛି ବୋଲି କହିଥିଲେ ଡିଜିପି । ସମସ୍ତ ସହଯୋଗ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ପୋଲିସ ଡିଜି । ୨୦୨୨ ରାଜ୍ୟ ପୋଲିସ ପାଇଁ ଚ୍ୟାଲେଞ୍ଜିକ ରହିବ ବୋଲି କହିଛନ୍ତି ଡିଜିପି ଅଭୟ । ସେପଟେ ଏହି ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀରେ ନୂଆ ଡିଜି ସୁନିଲ ବଂଶଲ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଯୋଗ ଦେଇଥିଲେ ।

Leave a Reply