ବଢୁଛି ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୬ ଶହ ପାର

ଭୁବନେଶ୍ୱର: ରାଜଧାନୀରେ ବଢୁଛି ଦୈନିକ ସଂକ୍ରମଣ ସଂଖ୍ୟା । ନିୟମିତ ସଂଖ୍ୟା ରହୁଛି ଦେଢଶହ ପାର । ରାଜ୍ୟରେ ଗତ24ଘଣ୍ଟାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 6ଶହ ପାର କରି 615ରେ ପହଞ୍ଚିଛି । ସେପଟେ ଗତ 24ଘଣ୍ଟାରେ ରାଜ୍ୟରୁ 615ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ କେବଳ ଚିହ୍ନଟ ହୋଇଛନ୍ତି 323 ଜଣ । ନୂଆ ଚିହ୍ନଟଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଅଛନ୍ତି 184ଜଣ ।
ଅନ୍ୟପଟେ ନୂଆ ସଂକ୍ରମିତଙ୍କ ମଧ୍ୟରୁ 134ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ 50ଜଣ କ୍ଵାରେନଣ୍ଟାଇନରୁ ଚିହ୍ନଟ ହୋଇଥିଲେ । ରାଜ୍ୟରେ ମୋଟ 68ଜଣ ଶୁନରୁ 18ବର୍ଷ ବର୍ଗରେ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି 15ଜଣ । ବର୍ତ୍ତମାନ ଶିଶୁଙ୍କ ସମେତ ବିଭିନ୍ନ ବର୍ଗରୁ ଲୋକେ ସଂକ୍ରମିତ ହେଉଥିବା ପରିଲକ୍ଷିତ ହେଉଛି ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ନିଆଯାଇଛି ଏହି ପଦକ୍ଷେପ ।
ପୂଜା ସମୟରେ କୋଭିଡ ବଢିବା ନେଇ ପ୍ରଶାସନ ଆଶା ପ୍ରକଟ କରିଥିଲେ । ପୂର୍ବରୁ ଏନେଇ ପୂଜା ଗାଇଡଲାଇଲନ ଜାରି କରିଥିଲେ ସରକାର । ଟ୍ୱିନ ସିଟିରେ ବ୍ୟାପକ କଟକଣା ପ୍ରସ୍ତୁତ କରିବା ସହ ମୂର୍ତ୍ତି ଉଚ୍ଚତା ଏବଂ ପୂଜା ମଣ୍ଡପରେ କମ ସଂଖ୍ୟକ ଲୋକରେ ପୂଜା କାର୍ଯ୍ୟ ସମାପନ କରିବାକୁ ଗାଇଡ ଲାଇନ ଜାରି କରିଥିଲେ ପ୍ରଶାସନ ।