spot_img

Latest Posts

ବିଜେପି ଟାର୍ଗେଟରେ କଂଗ୍ରେସ ସାଂସଦ: ବଢିଲା ବିବାଦ !

ନନ୍ଦିଘୋଷ ବ୍ୟୁରୋ: ବଢିଲା କଂଗ୍ରେସ ସାଂସଦ ବିମଲଙ୍କ ଅଡୁଆ । ରାଷ୍ଟ୍ରପତିଙ୍କ ନିକଟରେ ଫେରାଦ ହେବ ବିଜେପି ! ଦୁଷ୍କର୍ମ ମାମଲାରେ ଆକ୍ସନ ପାଇଁ ଦାବି କରିବେ । କଂଗ୍ରେସ ସାଂସଦ ପ୍ରଫେସର ଆଙ୍ଗମୋଚା ବିମଲ ଆକୋଇଜାମିଙ୍କ ବିରୋଧରେ ଆକ୍ରମଣକୁ ଶାଣିତ କରିଛି ବିଜେପି । ତାଙ୍କ ବିରୋଧରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଫେରାଦ ହେବ। ଏନେଇ ବିଜେପି ମହିଳା ସାଂସଦଙ୍କ ଏକ ପ୍ରତିନିଧି ଦଳ ଆଜି ରାଷ୍ଟ୍ରପତିଙ୍କୁ ଦେଖା କରିବେ ଏବଂ ଆକ୍ସନ ନେବାକୁ ଦାବି କରିବେ। ଗତକାଲି କଂଗ୍ରେସ ସାଂସଦ ବିମଲଙ୍କ ବିରୋଧରେ ବିଜେପି ବିକ୍ଷୋଭ କରିଥିଲେ । ଦିଲ୍ଲୀରେ ଦଳର କର୍ମୀମାନେ ପ୍ରତିବାଦ କରିଥିଲେ ।

ସେପଟେ ବିମଲ ଆକୋଇଜାମି ଏ ବାବଦରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଏକ ଷଡ଼ଯନ୍ତ୍ର। କେବଳ ତାଙ୍କୁ ଫସାଇବାକୁ, ବଦନାମ କରିବାକୁ ଏହି ଷଡ଼ଯନ୍ତ୍ର ହୋଇଛି। ଗତକାଲି ଦିଲ୍ଲୀର ଏକ ଥାନାରେ ଏତଲା ନେଇ ସେ କହିଛନ୍ତି, ଏତଲା ହେବା ଠିକ୍। କାରଣ ଏହା ଦ୍ଵାରା ସତ ଜଣାପଡ଼ିବ। ଏପରିକି କେତେକ ଛାତ୍ରଙ୍କ ଅଭିଯୋଗରେ ବି ଯୌନ ନିର୍ଯାତନା ଧାରା ଲଗାଯାଇଛି। ପାଠପଢ଼ା କଥାକୁ ନେଇ ଏପରି ଧାରା କେମିତି ଲାଗି ପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି। କହିରଖୁଛୁ ଯେ, ଦିଲ୍ଲୀ ଜେଏନୟୁରେ ପାଠ ପଢ଼ାନ୍ତି ମଣିପୁରର କଂଗ୍ରେସ ସାଂସଦ ଆଙ୍ଗମୋଚା ବିମଲ ଆକୋଇଜାମି। ତାଙ୍କ ବିରୋଧରେ କେତେକ ଛାତ୍ର ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଗତକାଲି ଏହାକୁ ନେଇ କଂଗ୍ରେସ ଅଫିସ ଆଗରେ ବିକ୍ଷୋଭ କରିଥିଲା ବିଜେପିର ମହିଳା ମୋର୍ଚ୍ଚା ।

Latest Posts

Don't Miss