ନନ୍ଦିଘୋଷ ବ୍ୟୁରୋ : ବୌଦ୍ଧରେ ଦନ୍ତା ଆତଙ୍କ। ଭୟଭୀତ ଅବସ୍ଥାରେ ଲୋକେ। ବିଳମ୍ବିତ ରାତିରେ ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ପଶିଲା ଦନ୍ତା ହାତୀ । ଗ୍ରାମବାସୀ ହାତୀକୁ ଘଉଡ଼ାଇବା ପରେ ଭରତାପୁର ଗାଁକୁ ଚାଲି ଯାଇଥିଲା। ବର୍ତ୍ତମାନ ଦନ୍ତାଟି ରାମ୍ଭିକଟା–ବିଜୁଳିମରା ଜଙ୍ଗଲ ମଧ୍ୟରେ ରହିଥିବା ସୂଚନା ମିଳିଛି। ହାତୀ ଉପଦ୍ରବ ଯୋଗୁଁ ଚାଷୀଙ୍କ ବ୍ୟାପକ ଫସଲ ନଷ୍ଟ ହେବା ସହ ଗୋଟିଏ ବାଇକ ଓ ସାଇକେଲ ଭାଙ୍ଗିଯାଇଛି। ଅଞ୍ଚଳରେ ହାତୀକୁ ନେଇ ଲୋକେ ଭୟଭୀତ ଥିବାବେଳେ ବନ ବିଭାଗ ଦଳ ପହଁଚି ହାତୀର ଗତିବିଧି ଉପରେ ନଜର ରଖିଛି।

