spot_img

Latest Posts

ଭଉଣୀ ଘର ଗାଁରେ ଯୁବକଙ୍କ ସହ କଥା ହେବାରୁ, ବନ୍ଦ କୋଠରୀରେ ଅଟକ ରଖିଲେ ଗ୍ରାମବାସୀ

ନବରଙ୍ଗପୁର: ପ୍ରେମୀ ଯୁଗଳଙ୍କୁ ବନ୍ଦ କୋଠରୀରେ ରଖି ଅସଦାଚରଣ ଅଭିଯୋଗ । ଉଭୟଙ୍କୁ ଅଟକ ରଖିବା ସହିତ ବିବାହ କରିବାକୁ ବାଧ୍ୟ କଲେ ଗ୍ରାମବାସୀ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ସୋନପୁର ବଙ୍ଗୀୟ ଡିଏନକେ ଗାଁରୁ ଆସିଛି ଏଭଳି ଅଭିଯୋଗ । ଅଭିଯୋଗ ଅନୁସାରେ ଯୁବତୀ ଜଣକ ଭଉଣୀଘରକୁ ବୁଲିବାକୁ ଯାଇଥିବା ବେଳେ, ଗାଁର ଜଣେ ଯୁବକଙ୍କ ସହ କଥା ହେଉଥିବା ବେଳେ ପ୍ରେମୀଯୁଗଳଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ ।

ଉଭୟଙ୍କୁ ଅସଦାଚରଣ କରିବା ସହିତ ଜୋରଜବରଦସ୍ତ ବିବାହ ପାଇଁ ଉଦ୍ୟମ କରିଥିଲେ । ଏହି ସମୟର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କରିଥିଲେ । ଯୁବତୀଙ୍କ ବାପା ଗ୍ରାମବାସୀଙ୍କୁ ବିରୋଧ କରିବାରୁ ଗାଁ ଲୋକ ମାଡ଼ ମାରିବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏନେଇ ରାଇଘର ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Latest Posts

Don't Miss