ଭୁବନେଶ୍ୱର: କ୍ରାଇମ ଗ୍ୟାଙ୍ଗର ଗୋଟିଏ ପରେ ଗୋଟିଏ ରିଲ୍ ଭିଡିଓ ଭାଇରଲ ହେଉଛି । ବନ୍ଧୁକ ଚୋରି କରିବା ଅଭିଯୋଗରେ ବନ୍ଧା ହୋଇଥିବା ରାହୁଲ ଜେନାର ରିଲ ଭିଡିଓ ହେଲା ଭାଇରାଲ । ରାହୁଲ ଚୋରା ବନ୍ଧୁକରେ ବ୍ଳାଙ୍କ ଫାୟାରିଂ କରୁଛି । ଆଉ ଗୋଟିଏ ଭିଡିଓରେ ପାଟିରେ ଖଣ୍ଡା ଧରି ତେଲୁଗୁ ଷ୍ଟାଇଲରେ ଏଣ୍ଟ୍ରି କରୁଛି । ସେହିଭଳି ଆଉ ଗୋଟିଏ ଭିଡିଓରେ ୧୦ରୁ ଅଧିକ ଯୁବକ ବିଚ ରାସ୍ତାରେ ଜଣେ ଯୁବକଙ୍କୁ ମାଡ ମାରୁଛନ୍ତି ।
ମିଳିଥିବା ସୂଚନା ମୁତବକ ଏହି ଭିଡିଓ ବ୦ହୁତ ପୁରୁଣା । ଭାଇରାଲ ହେବା ପରେ ଗ୍ୟାଙ୍ଗର ଆତଙ୍କ ସାମ୍ନାକୁ ଆସିଛି । ସେପଟେ ଏହି ଗ୍ୟାଙ୍ଗର ଏବେ ଶୁଦ୍ଧା ୪ ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଭିଡିଓରୁ ଫୁଟେଜରୁ ଚିହ୍ନଟ କରି ଧରିବାକୁ ଚେଷ୍ଟା କରୁଛି ପୋଲିସ । ଏମାନଙ୍କୁ କାର, ବାଇକ, ଭୁଜାଲି, ବନ୍ଧୁକ ଜବତ ହୋଇଛି ।
ସେପଟେ ରାଜଧାନୀରେ ଏଭଳି ଯୁବକଙ୍କ ଉତ୍ପାତ ଏବେ ଆତଙ୍କ ସୃଷ୍ଟି କରିଛି । ସାଧାରଣ ଲୋକ ରାସ୍ତାରେ ଯିବା ପାଇଁ ଭୟ କରୁଛନ୍ତି । କାରଣ ନିଶାସକ୍ତ ଯୁବକଙ୍କ ପ୍ରାଦୁର୍ଭାବ ବଢି ଚାଲିଛି । ଅପରାଧିକ ଘଟଣା ଦିନକୁ ଦିନ ବୃଦ୍ଧି ଘଟିବାରେ ଲାଗିଛି । ମୋବାଇଲରେ ରିଲ ଭିଡ଼ିଓ ସୁଟ କରୁଥିବା ଏହି ଯୁବକଙ୍କ ଭିଡ଼ିଓ ଭାଇରାଲ ପରେ ପୋଲିସ ଖୋଜୁଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ବାନ୍ଧିବାରେ ସଫଳ ହୋଇଛି କମିସନରେଟ ପୋଲିସ ।

