ଭୁବନେଶ୍ୱର : ଅଧା କାମ କରି ରାସ୍ତା କାମ ବନ୍ଦ କରୁଥିବା ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରିବା ପାଇଁ ଦାବି କଲେ ବିଜେଡ଼ି ବିଧାୟକ ଅତନୁ ସବ୍ୟସାଚୀ ନାୟକ। କହିଲେ, ଏପରି ହେଲେ ଯାଇ PMGSY ସଫଳ ହେବ। ଗ୍ରାମୀଣ ବିକାଶ ମନ୍ତ୍ରୀ ସୁଶାନ୍ତ ସିଂ କହିଲେ ନିମ୍ନମାନ କାମର ଯାଞ୍ଚ ହେବ, ଆବଶ୍ୟକ ପଡ଼ିଲେ କଳା ତାଲିକାଭୁକ୍ତ ହେବେ ଠିକାଦାର ।