spot_img

Latest Posts

ଭୋଜି ରସଗୋଲା ହେଲା କାଳ ! ଚାଲିଗଲା ଦୁଇ ବର୍ଷ ଶିଶୁର ଜୀବନ, ୮ ଅସୁସ୍ଥ….

ନନ୍ଦିଘୋଷ ବ୍ୟୁରୋ : ରସଗୋଲା ନେଲା ଜୀବନ  । ଭୋଜି ରସଗୋଲା ଖାଇ ଜଣେ ମୃତ, ୮ ଜଣ ଗୁରୁତର । ଏମିତି ଏକ ଦୁଃଖଦ ଖବର ଉତ୍ତର ପ୍ରଦେଶର ବିଜନୌର ଜିଲ୍ଲାର ନାଙ୍ଗଲ ସୋଟି ଥାନା ଅଞ୍ଚଳରୁ ଆସିଛି । ଏକ ବିବାହ ଭୋଜିରୁ ଆଣିଥିବା ବାସି ରସଗୋଲା ଖାଇବା ପରେ ଦୁଇ ଭାଇଙ୍କ ପରିବାର ଏବଂ ପଡ଼ୋଶୀମାନେ ଫୁଡ୍‌ ପଏଜନିଂ ରେ ଆକ୍ରାନ୍ତ ହୋଇଥିଲେ । ଏହି ବିଷାକ୍ତ ଖାଦ୍ୟ ପ୍ରଭାବରେ ୨ ବର୍ଷର ଶିଶୁର ମୃତ୍ୟ ହୋଇଛି । ସେହିପରି ଆଉ ଅନ୍ୟ ୮ ଜଣ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁସାରେ, ଜୀତପୁର ଖାସ ଗାଁର ୬୫ ବର୍ଷର ବୃଦ୍ଧା ମହିଳା ସୁଧା ଦେବୀ ପାଞ୍ଚ ଦିନ ପୂର୍ବରୁ ନିଜର ଜଣେ ସମ୍ପର୍କୀୟଙ୍କ ବିବାହ ଭୋଜିକୁ ଯୋଗ ଦେବା ପାଇଁ ଦୌଲତପୁର ଗାଁକୁ ଯାଇଥିଲେ । ବିବାହରୁ ଫେରିବା ବେଳେ ସେ ସେଠାରେ ବଞ୍ଚିଯାଇଥିବା ରସଗୋଲା ଘରକୁ ନେଇ ଆସିଥିଲେ । ପ୍ରାୟ ପାଞ୍ଚ ଦିନ ଧରି ରଖିବା ପରେ, ମଙ୍ଗଳବାର ରାତିରେ ସେହି ରସଗୋଲା ପରିବାର ଲୋକଙ୍କୁ ଖାଇବାକୁ ଦେଇଥିଲେ । ପରବର୍ତ୍ତୀ ଦିନ ବୁଧବାରରେ ବଞ୍ଚିଥିବା ରସଗୋଲା ପଡ଼ୋଶୀମାନଙ୍କୁ ମଧ୍ୟ ବାଣ୍ଟି ଦେଇଥିଲେ ।

ମିଠା ଖାଇବାର କିଛି ସମୟ ପରେ ଲୋକମାନେ ଅସୁସ୍ଥ ଅନୁଭବ କରିଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିଛି ସମୟ ମଧ୍ୟରେ ଉଭୟ ପରିବାରର ମୋଟ ୭ ଜଣଙ୍କ ଅବସ୍ଥା ବହୁତ ଖରାପ ହୋଇଗଲା, ଯାହା ଫଳରେ ସାରା ଅଞ୍ଚଳରେ ଆତଙ୍କ ଓ ଚିନ୍ତାର ବିଷୟ ସୃଷ୍ଟି ହୋଇଥିଲା । ଚିକିତ୍ସା ସମୟରେ ନିର୍ଦ୍ଧୋଶ ଦେବଙ୍କ ମୃତ୍ୟୁ ହୋଇଥିଲା, ଫୁଡ ପଏଜନିଂର ସବୁଠାରୁ ଭୟଙ୍କର ପ୍ରଭାବ ରାଜୀବଙ୍କ ପରିବାର ଉପରେ ପଡ଼ିଥିଲା । ତାଙ୍କ ଦୁଇ ବର୍ଷର ପୁଅ ଦେବ କୁମାରଙ୍କ ଅବସ୍ଥା ଗୁରୁତର ଭାବେ ବିଗିଡ଼ିଗଲା । ପରିବାର ଲୋକେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଗଲେ, କିନ୍ତୁ ଚିକିତ୍ସା ସମୟରେ ନିର୍ଦ୍ଦୋଷ ଶିଶୁଟିର ମୃତ୍ୟୁ ହୋଇଗଲା । ରାଜୀବଙ୍କ ୪ ବର୍ଷର ଝିଅ ପଲ୍ଲବୀ ମଧ୍ୟ ଗୁରୁତର ଅବସ୍ଥାରେ ଅଛି, ତାଙ୍କୁ ଡାକ୍ତରଙ୍କ କଡ଼ା ତଦାରଖରେ ରଖାଯାଇଛି ।

ନାଙ୍ଗଲ ପୋଲିସଷ୍ଟେସନ ଅଧିକାରୀ ରାମପ୍ରତାପ କହିଛନ୍ତି ଯେ ଗରମ ଯୋଗୁଁ ରସଗୋଲା ନଷ୍ଟ ହୋଇଯାଇଥିଲା ସେଗୁଡ଼ିକ ଖାଇବା ଦ୍ୱାରା ବାନ୍ତି, ଝାଡ଼ା, ମୁଣ୍ତ ବିନ୍ଧା ଏବଂ ମୁଣ୍ତ ବୁଲାଇବା ଭଳି ସମସ୍ୟା ହୋଇଥିଲା, ଯାହା ଫଳରେ ଏକ ଦୁଇ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା । ଅନ୍ୟ ସମସ୍ତ ଅସୁସ୍ଥ ଳୋକଙ୍କୁ ଚିକିତ୍ସା କରାଯାଉଛି ।

Latest Posts

Don't Miss