ଭୁବନେଶ୍ୱର: ମାଉଣ୍ଟ ୟୁନୁମ୍ ଶୃଙ୍ଗର ସଫଳ ପର୍ବତାରୋହଣ ସହିତ ପ୍ରତ୍ୟାବର୍ତ୍ତନ କରିଛି ଭାରତୀୟ ଦଳ । ଭାରତୀୟ ଦଳରେ ମୋଟ ୮୦ଜଣ ପର୍ବତାରୋହୀ ଥିବା ବେଳେ ସେଥିରେ ଓଡିଶାରୁ ୬ଜଣ ପର୍ବତାରୋହୀ ସାମିଲ ଥିଲେ । ସଫଳ ପର୍ବାତାରୋହଣ ପରେ ଆଜି ଓଡିଶା ସଦସ୍ୟମାନେ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଭୁବନେଶ୍ବର ରେଳ ଷ୍ଟେସନରେ ଆସୋସିଏସନ୍ ଫର ଆଡଭାଞ୍ଚର ଆଣ୍ଡ ସୋସିଆଲ ଆକ୍ଟିଭିଟି ସଙ୍ଗଠନ ପକ୍ଷରୁ ପର୍ବତାରୋହୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା ।
ଗତ ସେପ୍ଟମ୍ବର ୧୦ ତାରିଖରେ ହିମାଚଳପ୍ରଦେଶର ମନାଲି ଠାରୁ ଯାତ୍ରା ଆରମ୍ଭ କରିଥିଲା ଏହି ଦଳ । ମନାଲିରୁ ବାହାରି ଲାହୁଲ ସ୍ଥିତି ଓ ଭରତପୁର ଦେଇ ଯାତ୍ରା ଶେଷ କରିଥିଲା ଟିମ୍ । ପର୍ବତର ଶୀର୍ଷରେ ଭାରତର ଜାତୀୟ ପତାକା ଲଗାଇ ଖୁସି ଜାହିର କରିଛନ୍ତି ଟିମର ସଦସ୍ୟମାନେ ।

