spot_img

Latest Posts

ଯାଜପୁରରେ ଝାଡ଼ାବାନ୍ତି ଆତଙ୍କ । ଜିଲ୍ଲାରେ କଲେରା ରୋଗୀ ଚିହ୍ନଟ ହେବା ପରେ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛି ଯାଜପୁର ଜିଲ୍ଲା ପ୍ରଶାସନ ।

ଯାଜପୁରରେ ଝାଡ଼ାବାନ୍ତି ଆତଙ୍କ । ଜିଲ୍ଲାରେ କଲେରା ରୋଗୀ ଚିହ୍ନଟ ହେବା ପରେ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛି ଯାଜପୁର ଜିଲ୍ଲା ପ୍ରଶାସନ । ବାହାରର ଅସ୍ବାସ୍ଥ୍ୟକର ଖାଦ୍ୟ ପାନୀୟ ନପିଇବାକୁ ପରାମର୍ଶ ଦିଆଯାଇଛି । ଏହାସହ ରଜପର୍ବ ପାଳନ ବେଳେ ସାମୁହିକ ଭୋଜି ଉପରେ ମଧ୍ୟ କଟକଣା ଲଗାଯାଇଛି । ଘରେ ରନ୍ଧା ଯାଇଥିବା ଗରମ ଖାଦ୍ୟ, ଫୁଟା ପାଣି ପିଇବାକୁ କୁହାଯାଇଛି । ପାଣିରେ ହାଲଜେନ ବଟିକା ପକାଇ ପିଇବାକୁ ପରାମର୍ଶ ଦିଆଯାଇଛି । ନଦୀ, ନାଳ, ପୋଖରୀରେ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ ନକରିବକୁ ପରାମର୍ଶ ଦିଆଯାଇଛି । ଖୋଲା ସ୍ଥାନରେ ମଳତ୍ୟାଗ ନକରି ଶୌଚାଳୟ ବ୍ୟବହାର କରିବାକୁ କୁହାଯାଇଛି । ନିଜ ଘର ଓ ପରିବେଶକୁ ପରିସ୍କାର ରଖିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ଡାଇରିଆ ଲକ୍ଷଣ ଦେଖାଗଲେ ଆଶା କିମ୍ବା ଅଙ୍ଗନବାଡି କର୍ମୀଙ୍କ ସହାୟତା ନେବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲାରେ ୧୧ କଲେରା ରୋଗୀ ଚିହ୍ନଟ ହୋଇଛନ୍ତିି । ୨୮ଟି ସାମ୍ପୁଲରେ ୧୧ ଟି କଲେରା ରୋଗୀ ଚିହ୍ନଟ ନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଏବେ ସୁଦ୍ଧା ଜ଼ିଲ୍ଲାର ବିଭିନ୍ନ ସ୍ବାସ୍ୟକେନ୍ଦ୍ରରେ ମୋଟ ୧୭୨ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଛନ୍ତି। ୧୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଭୟଭୀତ ନହୋଇ ସମସ୍ତ ନିୟମକୁ ମାନିବାକୁ ପରାମର୍ଶ ଦେଇଛନ୍ତି ସିଡିଏମଓ।

Latest Posts

Don't Miss