ରାଜୀବ ଶୁକ୍ଲା BCCIର ଅନ୍ତରୀଣ ଅଧ୍ୟକ୍ଷ ନିଯୁକ୍ତ

ବିସିସିଆଇ ଅଧ୍ୟକ୍ଷ ପଦରୁ ରୋଜର ବିନ୍ନି ଅବସର ଗ୍ରହଣ କରିବା ପରେ ରାଜୀବ ଶୁକ୍ଲା ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ନୂଆ ଅଧ୍ୟକ୍ଷ ଘୋଷଣା ପର୍ଯ୍ୟନ୍ତ ରାଜୀବ ଏହି ପଦ ସମ୍ଭାଳିବେ । ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ରିକେଟର ରୋଜର ବିନ୍ନି ୨୦୨୨ ମସିହା ଠାରୁ ଏହି ପଦରେ ରହିଆସିଥିଲେ । ଚଳିତ ବର୍ଷ ଜୁଲାଇ ୧୯ରେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହୋଇଥିଲା । ତେଣୁ ବିନ୍ନିଙ୍କ କାର୍ଯ୍ୟକାଳ ସମାପ୍ତ ପରେ ଏବେ ରାଜୀବଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ରାଜୀବ ବର୍ତ୍ତମାନ ସମୟରେ ବିସିସିଆଇର ଉପାଧ୍ୟକ୍ଷ ପଦରେ ରହିଛନ୍ତି । ବିନ୍ନିଙ୍କୁ ୭୦ ବର୍ଷ ବୟସ ହୋଇସାରିଥିବା ବେଳେ ସେ ଏହି ପଦରୁ ରିଟାୟାର ହୋଇଛନ୍ତି । ୭୦ ବର୍ଷ ବୟସ ହେବା ପରେ ପ୍ରତ୍ୟେକ ପଦାଧିକାରୀ ନିଜର ପଦରୁ ରିଟାୟାର ହେବା ନେଇ ବିସିସିଆଇର ଏକ ନିୟମ ରହିଛି ।