ଭୁବନେଶ୍ବର: ଶେଷ ହେଲା ବିଧାନ ସଭାର ଶୀତକାଳୀନ ଅଧିବେଶନ। ନଭେମ୍ବର ୨୧ରୁ ଆରମ୍ଭ ହେଇଥିଲା ଅଧିବେଶନ। ମାତ୍ର ୪ ଦିନ ଗୃହ ଚାଲିବା ପରେ ଆଜି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖାଯାଇଛି । ୨୬ ଦିନ ପୂର୍ବରୁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ବିଧାନସଭା ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି ରଖିବାକୁ ଗୃହରେ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଏହି ଅଧିବେଶନ ୪ ଦିନ ସୂରିଖୁରୁରେ ଚାଲିଲା । ଆଉ କୌଣସି କାର୍ଯ୍ୟ ବାକି ନଥିବାରୁ ଗୃହ କାର୍ଯ୍ୟକୁ ମୁଲତବି ରଖାଯାଉ । ମୁଖ୍ୟ ସଚେତକଙ୍କ ଏ ପ୍ରସ୍ତାବକୁ ସମର୍ଥନ କଲେ ବିଜେଡି ବିଧାୟକ ଶଶୀ ବେହେରା । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ କାର୍ଯ୍ୟରେ ସହଯୋଗ କରିଥିବାରୁ ବିରୋଧୀ ଦଳ ଓ ସରକାରୀ ଦଳ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଲେ ।ଏଥିସହ ବିଧାନସଭା କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ଏହାପରେ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି ଘୋଷଣା କଲେ ବାଚସ୍ପତି ।
ସୂଚନାଯାେଗ୍ୟ, ଡିସେମ୍ବର ୩୦ ଯାଏ ବିଧାନସଭାର କାର୍ଯ୍ୟସୂଚୀ ଥିଲା। ଯେଉଁଥିରେ ୩୦ ଟି କାର୍ଯ୍ୟ ଦିବସ ରହିଥିଲା । ହେଲେ ୨୬ ଦିନ ଆଗରୁ ଶେଷ ହେଲା ବିଧାନ ସଭାର ଶୀତକାଳୀନ ଅଧିବେଶନ l
ଶୀତ ଅଧିବେଶନ ଶେଷ, ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

