ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବରେ ସମସ୍ତେ ସାମିଲ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ

ପୁରୀ: ବୁଧବାର ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ । ଏଥିପାଇଁ ସବୁଠି ଭକ୍ତି ଓ ଉଲ୍ଲାସ । ଉତ୍ସବରେ ସମସ୍ତେ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ ବିଭିନ୍ନ ରାଜ୍ୟରୁ ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଉତ୍ସବ ପାଇଁ ୧୭ ତାରିଖକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ଛୁଟି ଘୋଷଣା କରିଛନ୍ତି। ଅଧିକରୁ ଅଧିକ ଜନସାଧାରଣ ତଥା ଭକ୍ତ ଉତ୍ସବରେ ସାମିଲ ହେବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ, ଗଣମାଧ୍ୟମରେ ସିଧାପ୍ରସାରଣ ହେଉଥିବା ଲୋକାପର୍ଣ ଉତ୍ସବ ପ୍ରଦର୍ଶନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ଏହା ଦ୍ବାରା ସେଠାରେ କାର୍ଯ୍ୟ କରୁଥିବା କ୍ରମଚାରୀମାନେ ଲୋକାର୍ପଣ ଉତ୍ସବ ଦେଖିପାରିବେ। ରାଜ୍ୟବାସୀ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ଏହି ମହୋତ୍ସବକୁ ଦର୍ଶନ କରିବାକୁ ନିବେଦନ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା।