ହତ୍ୟା ନୁହେଁ ଆତ୍ମହତ୍ୟା କରିଛି ନାବାଳିକା, ସସପେନସ୍ ଉଠାଇଲା ପୁରୀ ପୋଲିସ

ପୁରୀ: ତଳଜଙ୍ଗ ନଈକୂଳ ସାହିରେ ନାବାଳିକା ମୃତ୍ୟୁ ଘଟଣା ଉପରୁ ସସପେନସ୍ ଉଠାଇଲା ପୁରୀ ପୋଲିସ । ପୁରୀ ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡୁ ଏହି ମାମଲାରୁ ପରଦା ଉଠାଇଛନ୍ତି । ନାବାଳିକା ହତ୍ୟା ନୁହେଁ ସେ ନିଜେ ଆତ୍ମହତ୍ୟା କରିଥିବା କହିଛନ୍ତି ଏସଡିପିଓ । ସେପଟେ ନାବାଳିକା ଜଣକ ଆତ୍ମହତ୍ୟା କରିବା ପରେ ତାକୁ ପରିବାର ଲୋକେ ପୋତି ଦେଇଥିବା କହିଛି ପୁରୀ ପୋଲିସ । ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ନାବାଳିକାର ୩ ଭାଇ ଓ ୩ ଦାଦା ।

ନାବାଳିକା ଆତ୍ମହତ୍ୟା କରିବା ପରେ ତାଙ୍କୁ ପୋଡି ଦେଇଥିବା ଅଭିଯୋଗରେ ଦାଦା ଓ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପ୍ରମାଣ ପାଇଁ ନାବାଳିକାର ଫୋନ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରି ଭୁବନେଶ୍ୱର ଫରେନସିକ ଲ୍ୟାବକୁ ପଠାଯାଇଛି । ତେବେ ଏହି ଘଟଣା ଅନରକିଲିଂ ବୋଲି ଚର୍ଚ୍ଚା ହେଉଥିବା ବେଳେ ପୋଲିସ ସେ ଦିଗରେ ମଧ୍ୟ ତଦନ୍ତ ଚଳାଇଛି ।

ଖବର ମୁତାବକ ଗତ ୨୦ ତାରିଖ ବିଳମ୍ବିତ ରାତିରେ ଘଟିଥିଲା ଏହି ହତ୍ୟାକାଣ୍ଡ । ସାଇଣ୍ଟିଫିକ ଟିମ୍‌ ସହ ଚନ୍ଦନପୁର ପୋଲିସ ଘଟଣାର ତନାଘନା ଚଳାଇଥିବା ଏସଡିପିଓ କହିଛନ୍ତି । ନାବାଳିକାର ଶବକୁ ପୋଡି ଏକ ଜମିରେ ପୋତି ଦିଆଯାଇଥିଲା । ଜମି ମାଲିକ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା ।

Leave a Reply