ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ରାଜ୍ୟ ସରକାର ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଖାଲିଥିବା ହିନ୍ଦୀ ଶିକ୍ଷକ ପଦବୀରେ ନିଯୁକ୍ତି ନିମନ୍ତେ ତା4.10.2021 ରିଖରେ ହୋଇଥିବା ଅନଲାଇନ ପରୀକ୍ଷାର ଫଳ ଚୂଡାନ୍ତ ହୋଇଛି । ମୋଟ 953 ପ୍ରାର୍ଥୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ତନ୍ମଧ୍ୟରୁ 207 ଜଣ ସାଧାରଣ ବର୍ଗର, 596ଜଣ SEBC ବର୍ଗର, 101 ଜଣ ଅନୁସୂଚିତ ଜାତି ଓ 49 ଜଣ ଅନୁସୂଚିତ ଜନଜାତିର ପ୍ରାର୍ଥୀ ଅଟନ୍ତି ।
ପ୍ରାର୍ଥୀମାନେ ତାଙ୍କ ପରୀକ୍ଷାଫଳ ୱେବସାଇଟ dseodisha.inରେ ଲଗଇନ କରି ଦେଖିପାରିବେ।ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନଙ୍କ ଡ଼କ୍ୟୁମେଣ୍ଟ ଯାଞ୍ଚତା 29.10.2021 ରିଖରୁ ନିଜ ସ୍ଥାୟୀ ଠିକଣା ଜିଲ୍ଲାରେ ହେବ ।ଏହାପାଇଁ ସବିଶେଷ ସୂଚନା ଖୁବଶୀଘ୍ର ୱେବସାଇଟରେ ପ୍ରକାଶିତ ହେବ । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସୂତ୍ରରୁ ଏହି ସୂଚନା ହସ୍ତଗତ ହୋଇଛି।

