ମଧ୍ୟପ୍ରଦେଶ: ଉଦ୍ଧାର ହେଲା ବିରଳ ସରୀସୃପ ରେଡ୍ ସ୍ୟାଣ୍ଡ୍ ବୋଆ ସ୍ନେକ୍ । ଯାହାର ମୂଲ୍ୟ ୧.୨୫କୋଟି ଟଙ୍କା । ମଧ୍ୟ ପ୍ରଦେଶର ନରସିଂହଗଡ଼ରୁ ଧରାଗଲା ଏହି ସାପ । ସୂଚନା ଅନୁଯାୟୀ, ୫ଜଣ ବ୍ୟକ୍ତି ଏହି ବିରଳ ସାପକୁ ବିକୁଥିବାବେଳେ ରବିବାର ପୋଲିସ ଏହି ସାପକୁ ଉଦ୍ଧାର କରିଛି ।

ପୋଲିସ କହିବାନୁସାରେ, ଏହି ସାପରୁ ମେଡିସିନ୍, ପ୍ରସାଧନ ସାମଗ୍ରୀ ଏବଂ କଳା ଯାଦୁ କରିବାରେ ବ୍ୟବହାର କରାଯାଏ । ଅନ୍ତର୍ଜାତୀୟ ସ୍ଥରରେ ଏହି ସାପର ଚାହିଦା ଅନେକ । ଏହି ସାପକୁ ଜ୍ୟୋତିର୍ବିଦ୍ ମାନଙ୍କ ମତରେ ଧନ ଓ ସମୃଦ୍ଧିର ସୂଚକ ରୂପେ ମନେକରାଯାଏ ।

ଏହି ସାପକୁ ଧରିଥିବା ୫ଜଣ ବ୍ୟକ୍ତି ଏହାକୁ ବିକ୍ରି କରିବା ଉଦ୍ଦେଶ୍ୟରେ ଧରିଥିଲେ ବୋଲି ଜଣାପଡିଛି । ସେମାନେ ନରସିଂହଗଡ଼ ବସ୍ ଷ୍ଟାଣ୍ଡରେ ଥବା ସମୟରେ କେହିଜଣେ ପୋଲିସକୁ ଏହି ବିଷୟରେ ଜଣାଇଥିଲେ ବୋଲି କୈଳାଶ ଭରଦ୍ୱାଜ ନାମକ ଜଣେ ପୋଲିସ ଅଫିସର କହିଛନ୍ତି । ଏହାପରେ ପୋଲିସର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଏକ ପ୍ଲାଷ୍ଟିକ ବ୍ୟାଗ୍ ଭିତରୁ ଏହି ସାପକୁ ଉଦ୍ଧାର କରିଥିଲେ ।

