ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୨-୧ରେ ଦିନିକିଆ ଶୃଙ୍ଖଳା ଜିତିଲା ଭାରତ

ଟାରୋବା: ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ ଜିତିଲା ଭାରତ । ଭାରତୀୟ ଦଳ ଯୁବ ଖେଳାଳିଙ୍କୁ ନେଇ ଏହି ଦିନିକିଆ ସିରିଜ ଖେଳି ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ 2-1 ରେ ଦିନିକିଆ ଶୃଙ୍ଖଳା ଜିତିଛି । ମଙ୍ଗଳବାର ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍‌କୁ ୨୦୦ ରନ୍‌ରେ ପରାସ୍ତ କରି ୨-୧ରେ ଶୃଙ୍ଖଳା ବିଜୟର ସଫଳତା ପାଇଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଶୁଭମନ ଗିଲ୍‌ ଓ ଈଶାନ କିଶନ ଶତକ ଭାଗୀଦାରି କରିଥିଲେ । ଭାରତ ୩୫୧ ରନ୍‌ର ଲଢ଼ୁଆ ସ୍କୋର୍ ଛିଡ଼ା କରି ନେଇଥିଲା । ଜବାବରେ ୱେଷ୍ଟ ଇଣ୍ଡିଜ ମାତ୍ର 151 ରନ ହିଁ କରିବାରେ ସକ୍ଷମ ହୋଇଥିଲା । ଶୁଭମନ ପ୍ଲେୟାର ଅଫ ଦ ମ୍ୟାଚ ଓ ଈଶାନ କିଷାନ ପ୍ଲେୟାର ଅଫ ଦ ସିରିଜ ହୋଇଥିଲେ ।