ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୧୭୮କୁ ବୃଦ୍ଧି

ବାଲେଶ୍ୱର: ବାଲେଶ୍ୱରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏଥିସହ ବାଲେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ମୋଟ ୨୫କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ୱେବସାଇଟ୍‌ରେ ଏନେଇ ସୂଚନା ଦିଆଯାଇଛି । ଆକ୍ରାନ୍ତ ଜଣଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି  ପ୍ରକାରର ସୂଚନା ମିଳିପାରି ନାହିଁ । ବାଲେଶ୍ୱରର ନୂଆ ମାମଲାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୮ରେ ପହଞ୍ଚିଛି ।

ରାଜ୍ୟରେ ୧୭୮ ସଂକ୍ରମିତ ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏବେ ରାଜ୍ୟରେ ୧୧୬ ଟି କରୋନା ଆକ୍ଟିଭ କେସ ରହିଛି । କରୋନା ସଂକ୍ରମଣରେ ରାଜ୍ୟରେ ୨ଜଣଙ୍କ ମୃତ୍ୟୁ ହୋଇଛି ।  ଆଜି ଖୋର୍ଦ୍ଧା ଜିଲ୍ଲାରେ ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସହ  ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ହୋଇଛି ।

Leave a Reply