ପ୍ରେମର ଦିବସରେ ରକ୍ତରଞ୍ଜିତ ହୋଇଥିଲା ପୁଲୱାମା, ଆଜି ବି ଶହୀଦଙ୍କୁ ଝୁରୁଛନ୍ତି ଦେଶବାସୀ

1 min read

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଆଜି ବର୍ଷେ ପୁରିଛି । ପ୍ରେମର ଦିବସରେ ରକ୍ତରଞ୍ଜିତ ହୋଇଥିଲା ପୁଲୱାମା । ତିନି ଦଶକରେ ଭାରତରେ ସବୁଠୁ ବଡ଼ ଆତ୍ମଘାତୀ ହମଲା । ଯାହା ସାରା ଦେଶକୁ ଦୋହଲାଇ ଦେଇଥିଲା । ସିଆରପିଏଫ ଯବାନଙ୍କ ଗାଡ଼ି ସହ ମାଡ଼ ହୁଏ ବିସ୍ଫୋରକ ଭର୍ତ୍ତି ଗାଡ଼ି । ଯେଉଁଥିରେ ଉଠିଥିବା ଧୂଆଁ ଛାଡ଼ିବା ବେଳକୁ ଆମର ୪୦ ବୀର ଯବାନ ସହିଦ ହୋଇସାରିଥିଲେ । ଘଟଣାକୁ ବର୍ଷେ ବିତିଜାଇଥିଲେ ବି ଦେଶବାସୀ ଭୁଲିନାହାନ୍ତି ଶହୀଦ୍‌ ଯବାନଙ୍କୁ।

 

ଏ ଭୀରୁ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ ଜୈସ-ଏ-ମହମ୍ମଦ । ବର୍ଷେ ତଳେ ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିଲେ ୪୦ ଯବାନ । ଯେଉଁଥିରେ ଥିଲେ ଓଡ଼ିଶାର ମନୋଜ କୁମାର ବେହେରା ଓ ପି.କେ ସାହୁ ।  ସେହି ସହିଦଙ୍କ ସ୍ମୃତିରେ ଲେଥପୋରା କ୍ୟାମ୍ପରେ ସହିଦ ସ୍ମାରକ । ଯେଉଁଥିରେ ସହିଦ ଯବାନଙ୍କ ନାଁ ସହ ଫଟୋ ମଧ୍ୟ ରହିବ । ପୁଲୱାମା ଆକ୍ରମଣରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ଆତଙ୍କବାଦୀ ଷଡ଼ଯନ୍ତ୍ର ଅନୁସାରେ ସିଆର୍‌ପିଏଫ୍‌ ଯବାନଙ୍କ ବସ୍‌ ସହିତ ବିସ୍ଫୋରକ ଭର୍ତ୍ତି କାରକୁ ଧକ୍କା କରାଯାଇଥିଲା। ରାଜରାସ୍ତା କ୍ଷଣିକ ମଧ୍ୟରେ ଶହୀଦ୍‌ ରକ୍ତରେ ଜୁଡୁବୁଡୁ ହୋଇଯାଇଥିଲା। ତାପରେ ବି ବି ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀଙ୍କ ମନ ଶାନ୍ତ ହୋଇ ନ ଥିଲା। ସେମାନେ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହି ଆକ୍ରମଣ ପରେ ଭାରତ ପକ୍ଷରୁ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ କରାଯାଇ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିରକୁ ଧ୍ୱଂସ କରାଯାଇଥିଲା।

Leave a Reply