୨୦୦ ମାଓବାଦୀ କରୋନାରେ ସଂକ୍ରମିତ ଆଶଙ୍କା: ୧୦ ଜଣଙ୍କ ମୃତ୍ୟୁ

ଛତିଶଗଡ଼: ଦାନ୍ତେଓ୍ବାଡ଼ା ଜିଲ୍ଲାରେ ୧୦ ଜଣ ମାଓବାଦୀଙ୍କ ମୃତ୍ୟୁ । ବିଷାକ୍ତ ଖାଦ୍ୟ ଖାଇ ଓ କରୋନା ଆକ୍ରାନ୍ତ ହୋଇ ୧୦ ଜଣ ମାଓବାଦୀ ବସ୍ତର ଜଙ୍ଗଲରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ସୁକ୍‌ମା ଜିଲ୍ଲାର ଦର୍‌ନାପାଲି ଓ କୋଣ୍ଟା ଅଞ୍ଚଳରୁ କରୋନା ଟିକା ଓ ମେଡିସିନ ମଧ୍ୟ ଲୁଟି ନେଇଛନ୍ତି ମାଓବାଦୀ । ଏ ନେଇ ଦାନ୍ତେଓ୍ବାଡ଼ା ଏସ୍‌ପି ଅଭିଷେକ ବଲ୍ଲଭ ସୂଚନା ଦେଇଛନ୍ତି । ପୂର୍ବରୁ ୫୦ରୁ ଅଧିକ ମାଓବାଦୀ କରୋନା ଆକ୍ରାନ୍ତ ହୋଇଥିବା ନେଇ ସେ ସୂଚନା ଦେଇଥିଲେ । ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମାଓନେତ୍ରୀ ସୁଜାତାଙ୍କ ସହ ଅନେକ ହାର୍ଡକୋର ମାଓବାଦୀଙ୍କୁ ମଧ୍ୟ କରୋନା ହୋଇଥିବା ଜଣାପଡିଛି । ତେବେ କରୋନା ସଂକ୍ରମଣ ହେବା ପରେ ମାଓବାଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ଲାଗି ଆହ୍ବାନ ଦେଇଥିଲେ ଏସପି ଅଭିଷେକ ବଲ୍ଲଭ । ୨୦୦ ନକ୍ସଲ କରୋନାରେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ଏମାନଙ୍କ ମଧ୍ୟରୁ ୧୦ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି ।

ଏଥିସହିତ ପଢ଼ନ୍ତୁ: କୋଭିଡ ନିୟମ ଭାଙ୍ଗି ପପୁ ଯାଦଭ ଗିରଫ

Leave a Reply