ରାତିରେ ଜଳିଗଲା ୧୦ ଦୋକାନ, ପୋଡ଼ିଗଲା ୧୦ ଲକ୍ଷର ସମ୍ପତ୍ତି

ବାଲେଶ୍ବର: ବିଳମ୍ବିତ ରାତିରେ ଜଳିଗଲା 10 ରୁ ଅଧିକ ଦୋକାନ ଗୃହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ପ୍ରସିଦ୍ଧ ଶୈବ ପିଠ ବାବା ଚନ୍ଦନେଶ୍ୱର ମନ୍ଦିର ସମ୍ମୁଖରେ ଥିବା 10 ରୁ ଅଧିକ ଅସ୍ଥାୟୀ ଦୋକାନ ଗୃହରେ ବିଳମ୍ୱିତ ରାତିରେ ଲାଗିଥିଲା ନିଆଁ ।

ଏହି ଅଗ୍ନିକାଣ୍ଡରେ ସବୁ ଦୋକାନ ଘର ପୋଡିଯାଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ପାଖା ପାଖି 10 ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।

କେମତି ଏହି ଅଘଟଣ ଘଟିଲା, ତାହାର ସଠିକ କାରଣ ଏପର୍ଯ୍ୟନ୍ତ ମଧ୍ୟ ଅସ୍ପଷ୍ଟ ରହିଛି  । ତେବେ ଅସ୍ଥାୟୀ ଦୋକାନ କରି ପରିବାର ନିର୍ଭରଶୀଳ କରୁଥିବା ଅଗ୍ନି ବିପନ୍ନଙ୍କୁ ସହାୟତା ଘୋଷଣା ନେଇ ଦାବି ଉଠିଛି  । ସେମାନଙ୍କୁ ପ୍ରଶାସନ ପକ୍ଷରୁ ଉଚିତ ପ୍ରାପ୍ୟ ପ୍ରଦାନ କରିବା ସହ ଅଗ୍ନି କାଣ୍ଡର କାରଣ ଖୋଜିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି  ।

Leave a Reply