ବେଗୁନିଆରେ ନିର୍ମାଣ ହେବ ୧୦୦ ଶଯ୍ୟା ବିଶିଷ୍ଟ ଉପଖଣ୍ଡସ୍ତରୀୟ ମେଡିକାଲ୍

1 min read

ଖୋର୍ଦ୍ଧା: କଥା ଦେଇ କଥା ରଖିଲେ 5T ସଚିବ । ବେଗୁନିଆରେ ନିର୍ମାଣ ହେବ ୧୦୦ ଶଯ୍ୟା ବିଶିଷ୍ଟ ଉପଖଣ୍ଡସ୍ତରୀୟ ମେଡିକାଲ୍ । ଗତ ମାସ ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବେଗୁନିଆ ଗସ୍ତରେ ଆସିଥିଲେ 5T ସଚିବ ଭି କେ ପାଣ୍ଡିଆନ । ଏହି ସମୟରେ ସ୍ଥାନୀୟବାସିନ୍ଦା ଅଞ୍ଚଳରେ ଥିବା ସ୍ବାସ୍ଥ୍ୟ ସେବା ସମସ୍ୟା 5T ସଚିବଙ୍କୁ ଜଣାଇଥିଲେ । ଏହାସହ ଅଞ୍ଚଳ ପାଇଁ ସିଏଚସି ପାଇଁ ଅନୁରୋଧ କରିଥିଲେ । ଏହି ସମ୍ୟାର ଅତିଶୀଘ୍ର ସମାଧାନ ପାଇଁ 5T ସଚିବ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।

ଆଜି ବେଗୁନିଆରେ ୧୦୦ ଶଯ୍ୟା ବିଶିଷ୍ଟ ଉପଖଣ୍ଡ ସ୍ତରୀୟ ମେଡିକାଲ୍ ପାଇଁ ଚିଠି ଆସିଛି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ଚିଠି ଆସିଥିବାରୁ ଅଞ୍ଚଳରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଏନେଇ ସମସ୍ତେ ମୁଖ୍ୟମନ୍ତ୍ରୀ ଏବଂ 5T ସଚିବ ଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ସ୍ଥାନୀୟବାସୀ । ବେଗୁନିଆ ରେ ସମସ୍ତେ ଏଇ ଖୁସିକୁ ବାଜା ବଜାଇ, ବାଣ ଫୁଟାଇ, ପରଷ୍ପର ମଧ୍ୟ ରେ ମିଠା ଖୁଆଇ ପାଳନ କରିଛନ୍ତି ।