୧୦୧ରେ ଅଲଆଉଟ୍ ହେଲା ପଞ୍ଜାବ କିଙ୍ଗ୍ସ, ବାଙ୍ଗାଲୋର ଆଗରେ ୧୦୨ ରନର ଲକ୍ଷ୍ୟ

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୫ର ପ୍ରଥମ କ୍ବାଲିଫାୟରରେ ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ବିପର୍ଯ୍ୟୟ । ମାତ୍ର ୧୦୧ ରନରେ ଅଲଆଉଟ୍ ହେଲା ପଞ୍ଜାବ କିଙ୍ଗସ । ବାଙ୍ଗାଲୋର ଆଗରେ ରହିଛି ୧୦୨ ରନର ବିଜୟ ଲକ୍ଷ୍ୟ । ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସାମ୍ନା କରିଛି ପଞ୍ଜାବ କିଙ୍ଗସ । ଦଳ ପକ୍ଷରୁ ମାର୍କସ ଷ୍ଟଇନିସ ସର୍ବାଧିକ ୨୬ ରନ ସଂଗ୍ରହ କରିଛନ୍ତି । ପ୍ରଭ୍ ସିମରନ୍, ପ୍ରିୟାଂଶ, ଶ୍ରେୟସ ଆୟାରଙ୍କ ଏବଂ ଜସ୍ ଇଂଲିସଙ୍କ ଭଳି ଷ୍ଟାର ବ୍ୟାଟ୍ସମ୍ୟାନମାନେ ପ୍ରଥମରୁ ପାଭିଲିୟନ ଫେରିଥିଲେ । ହାଜେଲ ହୁଡ୍ ଏବଂ ସୂୟାସ ଶର୍ମା ୩ଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିବାବେଳେ ୟସ୍ ଦୟାଲ ୨ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ସେପଟେ ସେଫର୍ଡ ଏବଂ ଭୁବନେଶ୍ବର କୁମାର ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । ଅଧିକ ଖବର ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ।