ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ସର୍ବାଧିକ ସଂକ୍ରମିତ

1 min read
1078 Covid19 Cases In 24hrs in Odisha

ନୂଆଦିଲ୍ଲୀ: ରାଜ୍ୟରେ ରେକର୍ଡ ପରେ ରେକର୍ଡ କରୁଛି କରୋନା । ଦିନ ବଢିବା ସହ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏବଂ ରାଜ୍ୟରେ ଉପର ମୁହାଁ ହେଉଛି କରୋନା ଗ୍ରାଫ୍ । ଦିନ ଯେତେ ବଢୁଛି ସେତେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପୂର୍ବରୁ ଶତାଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଆଜି ସବୁ ରେକର୍ଡ ଭାଙ୍ଗିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦୭୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମଧ୍ୟରୁ ୭୨୧ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୩୫୭ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି ।  ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

୨୮ଟି ଜିଲ୍ଲାରୁ ୧୦୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ସମୁଦାୟ ସଂକ୍ରମିତଙ୍କ ମଧ୍ୟରେ ରେକର୍ଡ ଭାଙ୍ଗିଛି ଗଞ୍ଜାମ । ଗଞ୍ଜାମରୁ ସର୍ବାଧିକ ୩୭୧ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୨୧, ରାଯଗଡ଼ାରୁ ୯୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ମାଲକାନଗିରିରୁ ୬୬, କଟକରୁ ୫୭, ଜଗତସିଂହପୁରରୁ ୩୫, ଝାରସୁଗୁଡ଼ାରୁ ୩୪ ପଜିଟିଭ୍ ଚିହ୍ନଟ ସୁନ୍ଦରଗଡ଼ରୁ ୨୯, ପୁରୀରୁ ୨୮, ବରଗଡ଼ରୁ ୨୬, କେନ୍ଦ୍ରାପଡ଼ା ଓ ଗଜପତିରୁ ୨୪ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସମ୍ବଲପୁର ଓ ଯ଼ାଜପୁରରୁ ୨୦ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁରରୁ ୨୭, କେନ୍ଦୁଝରରୁ ୧୬, କଳାହାଣ୍ଡି ଓ କୋରାପୁଟରୁ ୧୫ଜଣ ଲେଖାଏଁ, ମଯୂରଭଞ୍ଜ ଓ କନ୍ଧମାଳରୁ ୧୩ଜଣ ଲେଖାଏଁ, ବାଲେଶ୍ୱର ଓ ସୋନପୁରରୁ ୧୦ଜଣ ଲେଖାଏଁ, ବଲାଙ୍ଗିରରୁ ୬, ନଯାଗଡ଼ରୁ ୫, ବୌଦ୍ଧରୁ ୩, ଢେଙ୍କାନାଳରୁ ୨, ଅନୁଗୁଳ ଓ ଭଦ୍ରକରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ କରୋନା ଟେଷ୍ଟିଂ ସଂଖ୍ୟା ବଢ଼ୁଥିବାରୁ ପଜିଟିଭ ସଂଖ୍ୟା ବଢ଼ୁଥିବା ସୂଚନା ମିଳିଛି ।

୨୪ ଘଣ୍ଟାରେ ହଜାରେ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଜିଲ୍ଲାରୁ କରୋନା ପଜିଟିଭ୍ ସଂଖ୍ୟା ରହିଛି । ମୋଟ୍ ସଂକ୍ରମିତ ସଂଖ୍ୟା ୧୯ହଜାର ୮୩୫କୁ ବୃଦ୍ଧି ହୋଇଛି ।  ରାଜ୍ୟରେ ଆଜି କରୋନାରେ ୫ ଜଣଙ୍କ ମୃତ୍ୟୁ ହୋଇଛି ଗଞ୍ଜାମରୁ ୩, ଗଜପତିରୁ ୧ ଓ କନ୍ଧମାଳରୁ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ହୋଇଛି । ଏହାସହ ୧୩୩୦୯ଜଣ କରୋନା ମୁକ୍ତ ହୋଇ ଘରକୁ ଫେରିଛନ୍ତି । ଏବଂ ରାଜ୍ୟରେ ସମୁଦାୟ ୬୩୮୭ଜଣ ସଂକ୍ରମିତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Leave a Reply