CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା

1 min read
10th & Class 12th CBSE board exams from May 4

ନୂଆଦିଲ୍ଲୀ: କରୋନା ପାଇଁ ଶ୍ରେଣୀଗୃହରେ ପାଠପଢ଼ା ବନ୍ଦ ରହିଛି । ଏହାରି ଭିତରେ ଦୁନିଆ ଆଜି ପୁରୁଣା ବର୍ଷକୁ ବିଦାୟ ଦେଉଛି । ନୂଆ ଆଶା ସହ ଆସୁଛି ନୂଆ ବର୍ଷ । ୨୦୨୦ ଭଳି ୨୦୨୧ ବର୍ଷରେ ବାହ୍ୟାତ ହେବନି ପରୀକ୍ଷା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ସିବିଏସଇ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି । ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ ୪ରୁ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

ମେ ୪ରୁ ଆରମ୍ଭ ହେବାକୁ ଥିବା ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଜୁନ୍ ୧୦ ତାରିଖ ମଧ୍ୟରେ ସରିବ । ପରୀକ୍ଷା ଫଳାଫଳ ଜୁଲାଇ ୧୫ ସୁଦ୍ଧା ପ୍ରକାଶ ପାଇବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସୂଚନା ଦେଇଛନ୍ତି । ତେବେ, ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଅନଲାଇନ୍ ନୁହେଁ ବରଂ ଅଫଲାଇନରେ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ପରୀକ୍ଷା ତାରିଖ ଘୋଷଣା ପରେ ସ୍କୁଲରେ ପ୍ରାକ୍ଟିକାଲ, ପ୍ରୋଜେକ୍ଟ ପାଇଁ ତାରିଖ ସ୍ଥିର କରିଛି ସିବିଏସଇ । ମାର୍ଚ୍ଚ ୧ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ଥିଓରୀ ପରୀକ୍ଷା ଯାଏଁ ସ୍କୁଲରେ ପ୍ରାକ୍ଟିକାଲ ଲାଗି ଅନୁମତି ଦିଆଯିବ । ଏଥିପାଇଁ ଖୁବଶୀଘ୍ର ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଡାଟା ସିଟ୍ ଜାରି କରାଯିବ ବୋଲି ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply