spot_img

Latest Posts

ମିହିର ଦାସଙ୍କ ଦଶାହରେ ସିନେ କଳାକାରଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବରିଷ୍ଠ ଅଭିନେତା ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି। ଓଡିଶା ସିନେ ଆଟିଷ୍ଟସ୍ ଆସୋସିଏସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଆଜି ମିହିର ଦାସଙ୍କ ଦଶାହ କାର୍ଯ୍ୟ ରେ ସବୁ କଳାକାର ଏକାଠି ହୋଇ ମିହିରଙ୍କ ସ୍ମୃତି ଚାରଣ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ହସ ହସ ମୁହଁ ଏବଂ ଲୋକପ୍ରିୟ କଳାକାର ଙ୍କୁ ହରାଇ ସତେ ଯେମିତି ନିସ୍ତବ୍ଧ ହୋଇଯାଇଛି କଳାକାର ପରିବାର। କାହାରି ମୁହଁରେ ଭାଷା ନଥିଲା।

ମିହିରଙ୍କ ଆବର୍ତ୍ତମାନକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ମୃତ୍ୟୁ ଭଳି ନିରାଟ ସତ୍ୟକୁ ହଜମ କରିପାରୁନାହାଁନ୍ତି କଳାକାର ସହଯୋଗୀ। ଏହି ଅବସରରେ ଆସୋସିଏସନ ପକ୍ଷରୁ ମିହିରଙ୍କ ଫଟୋ ଚିତ୍ରରେ ସମସ୍ତ କଳାକାର ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ସହ ବିତାଇଥିବା ମୂହୁର୍ତ୍ତ ବଖାଣି ଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ଅଭିନେତା ଅଶ୍ରୁମୋଚନ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ପ୍ରେମାନନ୍ଦ ପରିଡା, ତନ୍ଦ୍ରା ରାୟ, ଉଷଶୀ ମିଶ୍ର, ବିଦୁସ୍ମିତା, ଗୁନଗୁନ୍ ପ୍ରମୁଖ ଉପସ୍ଥିତ ଥିଲେ।

Latest Posts

Don't Miss