ସେଲ୍ଫି ନେଲା ୧୧ ଜୀବନ, ଅମ୍ବର ଦୁର୍ଗରେ ଅଭାବନୀୟ ଘଟଣା

1 min read

 ଜୟପୁର: ସେଲ୍ଫି ନେବା ସମୟରେ ଗଲା ୧୧ ଜଣଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜୟପୁରରେ । ଜୟପୁରର ଓମେର ଦୁର୍ଗର  ବଞ୍ଚ୍‌ ଟାଓ୍ୱାର ଉପରେ ବର୍ଷା ହେଉଥିବା ସମୟରେ ସେଲ୍ଫି ନେଉଥିବା ବେଳେ ଏଭଳି ଅଘଟଣ ଘଟିଛି । ଘଟଣା ବେଳେ ଟାଓ୍ୱାର ଉପରେ ୨୭ ଜଣ ଉପସ୍ଥିତ ଥିଲେ । ବର୍ଷା ସହିତ ଅତି ଜୋରରେ ବିଜୁଳି ମାରିବାରୁ  କିଛି ଲୋକ ଟାଓ୍ୱାର ଉପରୁ ତଳକୁ ଡେଇଁ ପଡ଼ିଥିଲେ ଏବଂ ରହି ଯାଇଥିବା କିଛି ଲୋକ ବିଜୁଳି ଆଘାତରେ ଜୀବନ ହରାଇଛନ୍ତି । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା  ହେଉଛି ମୃତକଙ୍କ ମଧ୍ୟରେ ଅଧିକ ଯୁବକ ଥିଲେ ।   ୧୧ ଜଣଙ୍କ ମୃତ୍ୟୁ ହେବା ସହିତ ୧୧ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଅନ୍ୟପଟେ  ଝାଲାବାଡ଼ରେ ଜଣେ, ବାରୋରେ ଜଣେ, ଧୋଲପୁରରେ ୩ ଜଣ, ଏବଂ କୋଟାରେ ୪ ଜଣ ବିଜୁଳି ଆଘାତରେ ପ୍ରାଣ ହରାଇଛନ୍ତି । ଏହା ସହିତ କୋଟାରେ ୮ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଯାହାକୁ ନେଇ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଟ  ଦୁଃଖ ପ୍ରକାଶ କରିଛନ୍ତି ।  ରିପୋର୍ଟ କହୁଛି ରବିବାର ହୋଇଥିବା ବାଦଲ ଫଟା ବର୍ଷାରେ ବିଜୁଳି ମାରିବା ହେତୁ ଉତ୍ତରପ୍ରଦେଶରେ ୪୨ ଲୋକଙ୍କ ଜୀବନ ଯାଇଛି । ଏହା ସହିତ ୨୪୯ ପଶୁ ପ୍ରାଣ ହରାଇଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେଲ୍ଫି ନେବାକୁ ନେଇ ଅନେକଥର ସଚେତନ କରାଯାଇଥିଲେ ମଧ୍ୟ ସତର୍କ ନ ରହିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି । ଅନ୍ୟପଟେ  ବିଜୁଳିରେ ପ୍ରତିବର୍ଷ ହଜାର ହଜାର ସଂଖ୍ୟକ ଜୀବନ ଯାଉଛି । ତେବେ ବିଜୁଳି ମାରିବା ଦ୍ୱାରା କାହିଁକି ଲୋକଙ୍କ ମୃତ୍ୟୁ ହେଉଛି?

ଭାରତରେ ପ୍ରତିବର୍ଷ ବିଜୁଳି ମାରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ଯାଉଛି । ଏହା ବିଶେଷକରି ଉତ୍ତର ଭାରତୀୟ ରାଜ୍ୟରେ ଅଧିକ ମାତ୍ରାରେ ହେଉଛି ।

ଭାରତରେ ବିଜୁଳିରେ ମୃତ୍ୟୁସଂଖ୍ୟା କାହିଁକି ଅଧିକ?

ଏହାର ସବୁଠାରୁ ବଡ଼ କାରଣ ହେଉଛି, ଆମେରିକା ଏବଂ ବ୍ରିଟେନ୍‌ ଭଳି ଦେଶରେ  ସତର୍କ ବ୍ୟବସ୍ଥା ଖୁବ୍‌ କଡ଼ାକଡ଼ି । ଯାହା ଭାରତରେ ସାମାନ୍ୟ କମ୍‌ । ଏହା ବ୍ୟତୀତ ଜୁନରୁ ସେପ୍ଟେମ୍ବର ମାସରେ ଭାରତରେ ମୌସୁମୀ ଜଳବାୟୁ ପ୍ରଭାବରେ ପ୍ରଚୁର ବୃଷ୍ଟିପାତ ହୁଏ । ଏହାର କାରଣ ହେଉଛି ଭାରତର ଭୌଗୋଳିକ ପରିସ୍ଥିତି । ଉତ୍ତର-ପୂର୍ବ ରାଜ୍ୟରେ ମୌସୁମୀର ପ୍ରଭାବ ଯଥେଷ୍ଟ ଅଧିକ ।  ଏଥିପାଇଁ ଏଠାରେ ବିଜୁଳିର ଆଶଙ୍କା ସବୁଠାରୁ ଅଧିକ ।

ଏହା ବ୍ୟତୀତ ଅନ୍ୟ ଦେଶ ଗୁଡ଼ିକ ତୁଳନାରେ ଭାରତରେ ଅଧିକାଂଶ ଲୋକ ଚାଷ କାମ ପାଇଁ ବାହାରକୁ ଯାଆନ୍ତି  ଏବଂ ବିଜୁଳି ମାରିବା ଦ୍ୱାରା ତାହାର ଶୀକାର ହୋଇଯାନ୍ତି ।

ତେବେ ବିଜୁଳି ମାରିବା ସମୟରେ କ’ଣ ସବୁ ସତର୍କତା ଅବଲମ୍ବନ କରିବେ ନଜର ପକାନ୍ତୁ…

ଯଦି କାହାକୁ ବିଜୁଳି ମାରିଛି ତେବେ, ତତକ୍ଷଣାତ୍‌ ଡାକ୍ତରଙ୍କ ନିକଟକୁ ନେଇଯାନ୍ତୁ ।  ଏଭଳି ଲୋକଙ୍କୁ ଛୁଇଁବା ଦ୍ୱାରା ଆପଣଙ୍କୁ କୌଣସି କ୍ଷତି ପହଞ୍ଚିବ ନାହିଁ ।

ଯଦି ବିଜୁଳି ମାରିବା ସମୟରେ ଆପଣ ବାହାରେ ଅଛନ୍ତି ତେବେ ଧ୍ୟାନ ଦିଅନ୍ତୁ  କାନ ବନ୍ଦ କରି ପାଦରେ ଭରାଦେଇ ନଇଁଯାନ୍ତୁ  ଏବଂ ହାତକୁ ଆଣ୍ଠୁ ଉପରେ ରଖନ୍ତୁ ।

ମନେ ରଖନ୍ତୁ ବର୍ଷା ଛାଡ଼ିବାର ପ୍ରାୟ ଅଧ ଘଣ୍ଟା ପରେ ବିଜୁଳି ମାରିବାର ସମ୍ଭାବନା ମଧ୍ୟ ଥାଏ । ଏହାଦ୍ୱାରା ମାଟି ସହିତ ଆପଣଙ୍କ ଯୋଗାଯୋଗ କମ୍‌ ହୋଇଥାଏ । ମୋବାଇଲ କିମ୍ବା ଅନ୍ୟ କୌଣସି ଧାତବ ପଦାର୍ଥ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ ।

Leave a Reply