spot_img

Latest Posts

ପାକିସ୍ତାନର ୧୧ ସୈନିକ ନିହତରେ ଉତକ୍ଷିପ୍ତ ହେଲା ପାକିସ୍ତାନ, ଭାରତୀୟ କୂଟନୀତିଜ୍ଞଙ୍କୁ କଲା ସମନ

ଜମ୍ମୁ କାଶ୍ମୀର: ପାକିସ୍ତାନର ଅସ୍ତ୍ରବିରତି ଉଲ୍ଳଂଘନ ଯୋଗୁଁ ଗତକାଲି ଉତ୍ତର ଜମ୍ମୁକଶ୍ମୀରର ବିଭିନ୍ନ ଅଞ୍ଚଳରେ ୩ ଜଣ ଯବାନ ସହିଦ ହୋଇଥିଲେ ଏବଂ ୪ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ପରେ ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେଇଥିଲା। ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ପ୍ରଥମେ ୮ ଜଣ ପାକ୍‌ ସୈନିକ ନିହତ ହୋଇଥିବା ଖବର ମିଳିଥିବା ବେଳେ ଏବେ ଏହି ମୃତ୍ୟୁ ସଂଖ୍ୟା ବଢ଼ି ୧୧ରେ ପହଞ୍ଚିଛି ବୋଲି ଜଣାପଡ଼ିଛି । ଏହା ସହ ପାକିସ୍ତାନର ୧୬ଜଣ ସୈନିକ ଆହତ ହୋଇଥିବାର ଖବର ମିଳିଛି।

ସୂଚନା ଅନୁଯାୟୀ ପାକିସ୍ତାନ ଭାରତୀୟ କୂଟନୀତିଜ୍ଞଙ୍କୁ ସମନ ପଠାଇଛି । ଏହା ବ୍ୟତୀତ ଶନିବାର ପାକିସ୍ତାନ ଡିଜି ଏବଂ ବୈଦେଶିକ ମନ୍ତ୍ରୀ ଏମଏମ କୁରୈଶୀ ପ୍ରେସ ସନଫରେନ୍ସ କରିବେ । ନ୍ୟୁଜ ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀଏଲଓସି ଘଟଣାକୁ ନେଇ ଶନିବାର ସକାଳ ୧୦ଟା ୩୦ରେ ପ୍ରେସ କନଫରେନ୍ସ କରିବେ ।

ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ଗତକାଲି ଏକ  ଟ୍ୱିଟ୍ କରି କହିଥିଲେ ଯେ ଜମ୍ମୁକଶ୍ମୀରର ଦାୱର, କେରନ୍‌, ଉରି, ଏବଂ ନୌଗାମ୍‌ରେ ପାକିସ୍ତାନ ମୋର୍ଟାର ଏବଂ ଅନ୍ୟାନ୍ୟ ଅସ୍ତ୍ର ବ୍ୟବହାର କରି ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରିଥିଲା। ତେବେ ଭାରତୀୟ ସେନାର ପାଲଟା ଆକ୍ରମଣରେ ପାକିସ୍ତାନ ପଟେ ପ୍ରବଳ କ୍ଷୟକ୍ଷତି ହୋଇଛି। ଭାରତୀୟ ସେନା ପକ୍ଷରୁ ପାକିସ୍ତାନୀ ସେନା ବଙ୍କର୍‌ ଏବଂ ଆତଙ୍କବାଦୀଙ୍କ ଲଞ୍ଚ୍‌ପ୍ୟାଡ୍‌ ଧ୍ବଂସ କରାଯାଇଛି। ଏ ନେଇ ଭାରତୀୟ ସେନା ପକ୍ଷରୁ ବିଭିନ୍ନ ଭିଡିଓ ମଧ୍ୟ ସେୟାର କରାଯାଇଛି। ଜମ୍ମୁ କାଶ୍ମୀର ବାରମୁଳା, କୁପ୍‌ୱାଡ଼ା ଏବଂ ବାନ୍ଦିପୁରା ଜିଲ୍ଲାର ଉରି, ନୌଗାମ୍‌, ତାଙ୍ଗଧର, କେରନ୍‌ ଅଞ୍ଚଳ ନିକଟସ୍ଥ ବିଭିନ୍ନ ପାକିସ୍ତାନୀ ବଙ୍କର୍‌କୁ ଟ୍ୟାଙ୍କ୍‌ ବିଧ୍ବଂସୀ କ୍ଷେପଣାସ୍ତ୍ର ଏବଂ ରକେଟ୍‌ ମାଡ଼ କରାଯାଉଥିବା ଦୃଶ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି।

ସୂଚନା ମୁତାବକ,  କେରନ୍‌ ସେକ୍ଟର ସ୍ଥିତ ଏଲ୍‌ଓସି ନିକଟରେ ଭାରତୀୟ ସେନା ପାକିସ୍ତାନ ପଟୁ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବାରେ ସଫଳ ହୋଇଛି। କର୍ଣ୍ଣେଲ୍‌ ରାଜେଶ କାଲିଆ କହିଛନ୍ତି, ଏଲ୍‌ଓସି ସ୍ଥିତ ଆଗୁଆ ଘାଟି ନିକଟରେ ସନ୍ଦେହଜନକ ଗତିବିଧି ଉପରେ ନଜର ରଖି ଆମ ଯବାନ ପ୍ରସ୍ତୁତ ରହିଥିଲେ। ଏହି ସମୟ‌ରେ ପାକିସ୍ତାନ ପଟୁ ଆଖିବୁଳା ଗୁଳିଗୋଳା ବର୍ଷା ହୋଇଥିଲା। ପାକିସ୍ତାନ ଗୋଳା ମାଡ଼ କରିବା ସହ ଅନ୍ୟାନ୍ୟ ଅସ୍ତ୍ରର ବ୍ୟବହାର କରିଛି ବୋଲି ସେ କହିଛନ୍ତି। ସପ୍ତାହକ ମଧ୍ୟରେ ଏହା ପାକିସ୍ତାନର ଦ୍ବିତୀୟ ଅନୁପ୍ରବେଶ ଉଦ୍ୟମ। ନଭେମ୍ବର ୭-୮ରେ ପାକିସ୍ତାନ ପଟୁ ମଛ୍‌ଲି ସେକ୍ଟରରେ ପ୍ରଥମ ଅନୁପ୍ରବେଶ ଉଦ୍ୟମ ହୋଇଥିଲା। କିନ୍ତୁ ଭାରତୀୟ ସେନା ପାକିସ୍ତାନର ଏହି ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଥିଲା ଏବଂ ୩ ଆତଙ୍କବାଦୀ ନିପାତ ହୋଇଥିଲେ ।

ସିଜ୍ ଫାୟାର ଉଲ୍ଲଘଂନ: ୩ ଭାରତୀୟ ଯବାନ ଶହୀଦ, ୧୨ରୁ ୧୩ ପାକିସ୍ତାନୀ ଯବାନ ନିପାତ ହୋଇଥିବା ସୂଚନା

Latest Posts

Don't Miss