ହାଉଲେ ଚାଲ…..ଆଗକୁ ହାଇଓ୍ୱେ ଜଗିବେ ଦଣ୍ଠା ପୋଲିସ ବାବୁ

ଭୁବନେଶ୍ୱର: ଏଣିକି ହାଇଓ୍ୱେ ଜଗିବେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ । ଅପରାଧୀକ ଗତିବିଧି ଉପରେ ନଜର ରଖିବା ସହ ଦୁର୍ଘଟଣା ରୋକିବାରେ ସହାୟକ ହେବେ । ସାବାଡ୍‌ ହେବେ ବିଶୃଙ୍ଖଳତି ଗାଡ଼ ଚାଳକ । ଏଣୁ ୧୧୯ ଜଣ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ନିଯୁକ୍ତି ପ୍ରସ୍ତାବକୁ ସ୍ୱୀକୃତି ଦେଇଛି ରାଜ୍ୟ ଗୃହ ବିାଭଗ ।

ପାଟ୍ରୋଲିଂ ପାଇଁ ୫ଟି ରୁଟ୍‌କୁ ଚିହ୍ନଟ କରାଯାଇଛି । ଭୁବନେଶ୍ୱରୁ ପୁରୀ(୬୦ କି.ମି), ସମ୍ୱଲପୁରରୁ ସୋହେଲା(୭୨କି.ମି), ମଙ୍ଗୁଳିଠାରୁ ସମ୍ୱଲପୁର(୨୬୫କି.ମି), ଜଳେଶ୍ୱରଠାରୁ ଇଚ୍ଛାପୁରମ୍‌(୪୪୦ କି.ମି) ଏବଂ ସମ୍ୱଲପୁରଠାରୁ ରାଉରକେଲା (୧୮୦କି.ମି) ରାସ୍ତାକୁ ଚିହ୍ନଟ କରାଯାଇଛି ।

ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏ ସମ୍ପର୍କିତ ସ୍ୱୀକୃତି ପତ୍ରକୁ ଓଡ଼ିଶା ପୋଲିସ ହେଡ୍‌କ୍ୱାର୍ଟରକୁ ପଠାଯାଇଛି । ୧୧୯ ଜଣ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ମଧ୍ୟରେ ସବ୍ ଇନ୍ସପେକ୍ଟର, ଡେପୁଟି ସୁବେଦାର, ସର୍ଜେଣ୍ଟ ରହିଛନ୍ତି । ସେମାନଙ୍କ ପ୍ରାପ୍ୟ ବାବଦକୁ ମାସିକ ୧୭ ହଜାର ଦିଆଯିବ । ପାଟ୍ରୋଲିଂ ନିମେନ୍ତ ଆବଶ୍ୟକ ଗାଡ଼ି, ତେଲ  ଓ ଅନ୍ୟ ସରଞ୍ଜାମ ଖର୍ଚ୍ଚ ପରିବହନ ବିଭାଗର ରୋଡ୍‌ ସେପ୍ଟି ଫଣ୍ଡରୁ ବହନ କରାଯିବ ବୋଲି ଗୃହ ବିଭାଗ ପକ୍ଷରୁ ଦିଆଯାଇଥିବା ଚିଠିରେ ଉଲ୍ଲଖେ ରହିଛି । ଏଥିସହ ଅବସରପ୍ରାପ୍ତ ଅଧିକାରୀଙ୍କ ନିଯୁକ୍ତି ନେଇ ଖୁସି ବ୍ୟକ୍ତି କରିଛି ରାଜ୍ୟ ଗୃହ ବିଭାଗ ।

ପୂର୍ବରୁ ପରିବହନ ବିଭାଗ ଏହି ପ୍ରୋଜେକ୍ଟ ନେଇ ୧୦ କୋଟି ଟଙ୍କା ମଞ୍ଜୁର କରିଛି । ନବ ଗଠିତ ପାଟ୍ରୋଲିଂ ଟିମ୍‌ ଗାଡ଼ି ଚାଳକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ସହ ଅପରାଧ ରୋକିବାରେ ସହାୟକ ହେବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ଦେଶରେ ସଡ଼କ ସୁରକ୍ଷା ନିୟମର ତଦାରଖ କରୁଥିବା ସୁପ୍ରମକୋର୍ଟଙ୍କ କମିଟି, ରାଜ୍ୟ ରାଜମାର୍ଗ ଓ ଜାତୀୟ ରାଜମାର୍ଗରେ ଦୁର୍ଘଟଣା ସଂଖ୍ୟା କମାଇବା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ସମୁଦାୟ ରୋଡ ଦୁର୍ଘଟଣାର ପ୍ରାୟ ୬୪% ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ହୋଇଛି । ଗତ ବର୍ଷ ୫ ହଜାର ୩୫୧ ଜଣଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟ ଘଟିଛି  ।  ଯାହା ସମୁଦାୟ ସଡ଼କ ଦୁର୍ଘଟଣାର ୬୪% । ଜାତୀୟ ରାଜପଥରେ ୩୭% ଏବଂ ରାଜ୍ୟ ରାଜପଥରେ ୨୭% ଲୋକଙ୍କ ମୃତ୍ୟୁ ହୋଇଛି ।

ବହୁ ସଂଖ୍ୟାରେ ଦୁର୍ଘଟଣା ରାସ୍ତରେ ଆଲୋକର ଅଭାବ ଯୋଗୁଁ ଘଟିଥାଏ । ଏଣୁ ରାସ୍ତାର ଆଲୋକୀକରଣ ନେଇ ଯୋଜନା କରାଯାଇଛି । ପ୍ରାୟ ୨୭୦୦ କିଲୋମିଟର ରାସ୍ତାର ଆଲୋକୀକରଣ ନେଇ ୭୯.୫୩ କୋଟି ଟଙ୍କାର ଏଷ୍ଟିମେଟ୍‌ କରାଯାଇଥିବା ପରିବହନ ବିଭାଗ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।

Leave a Reply