ଭାରତ-ଚୀନ କମାଣ୍ଡର ସ୍ତରୀୟ ବୈଠକ, ସୀମାରେ ଶାନ୍ତି ପାଇଁ ଭଭୟ ଦେଶର ସହମତି

1 min read

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ୧୧ତମ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶନିବାର ଏଲଏସିର ପୂର୍ବ ଲାଦାଖରେ ଥିବା ଚୁସୁଲରେ ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ ହୋଇଛି । ସୀମାନ୍ତରେ ଦୁଇ ଦେଶ ମଧ୍ୟରେ ଥିବା ତ୍ରୁଟିକୁ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ସେପଟେ ଦୁଇ ଦେଶର ସୀମାରେ ଶାନ୍ତି, ସଂହତି ବଜାୟ ରଖିବା ଏବଂ ଉତ୍ତେଜନା ହ୍ରାସ କରିବା ନେଇ ଆଲୋଚନା ହୋଇଛି । ଉଭୟ ଦେଶର ବରିଷ୍ଠ ଅଧିକାରୀ ମଧ୍ୟ ଏନେଇ ସହମତି ପ୍ରକାଶ କରିଥିବା କହିଛି ସୌରାଷ୍ଚ୍ର ବିଭାଗ ।

ସେପଟେ ଏନେଇ ସୌରାଷ୍ଟ୍ର ବିଭାଗ କହିଛି, ଦୁଇ ପକ୍ଷ ପ୍ରଟୋକଲ ଅନୁଯାୟୀ ପୂର୍ବରୁ ଘଟିଥିବା ଅନେକ ବିବାଦୀୟ ଘଟଣା ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ରହିଛନ୍ତି । ଡି-ଏକ୍ସଲେସନ ଅଫ ଫୋର୍ସଜ କୁ ନେଇ ଭଉୟ ପକ୍ଷ ବିଚାର ବିମର୍ଶ କରିବାର ମାର୍ଗ ପ୍ରସ୍ତୁତ କରିଛନ୍ତି ।

ପାଙ୍ଗୋଗ ହ୍ରଦକୁ ନେଇ ଭାରତ-ଚୀନ ସୀମାରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଉଭୟ ଦେଶର ଏକାଧିକ ଯବାନ ସହିଦ ମଧ୍ୟ ହୋଇଥିଲେ । ଗତବର୍ଷ ମାର୍ଚ୍ଚ ୫ ତାରିଖରୁ ଲାଗି ରହିଥିବା ଏହି ବିବାଦ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଲାଗି ରହିଛି । ଅନେକ ସମୟରେ ମୁହାଁମୁହିଁ ହେବା ଭଳି ପରିସ୍ଥିତି ଉପୁଜୁଥିବା ପରିଲିଖିତ ହେଉଛି । ଏହି ବୈଠକରେ ଏସବୁର ପରିସମାପ୍ତି ଘଟିବା ନେଇ କହିଛି ସୌରାଷ୍ଟ୍ର ବିଭାଗ ।

Leave a Reply