ଉତ୍ତରାଖଣ୍ଡରେ ଭୟଙ୍କର ସଡ଼କ ଦୁର୍ଘଟଣା, ୧୨ ମୃତ

1 min read

ଜୋଶିମଠ: ଉତ୍ତରାଖଣ୍ଡର ଜୋଶିମଠରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ସୂଚନା । ଅନେକ ଫସିରହିଛନ୍ତି । ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ଲାଗିଛି । ସୂଚନାନୁସାରେ, ଜୋଶିମଠ ବ୍ଲକର ଉର୍ଗମ-ପଲ୍ଲା ଜଖୋଲା ମୋଟର ମାର୍ଗରେ ଗାଡ଼ି ଟି ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିଥିଲା ।

ଜୋଶିମଠରୁ କିମାଣା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୧୦ ପୁରୁଷ ସାମିଲ ଅଛନ୍ତି । ଏସଡିଆରଫ, ଏନଡିଆରଏଫ, ପୋଲିସ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଉଦ୍ଧାର ୩ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।