ଲକ୍‌ଡାଉନରେ ମାନସିକ ସନ୍ତୁଳନ ଠିକ୍‌ ରଖିବା ପାଇଁ ୧୨ଟି ଫର୍ମୁଲା

ଭୁବନେଶ୍ୱର: କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଜାରି କରାଯାଇଛି । ମେ ୩ ପର୍ଯ୍ୟନ୍ତ ଘରେ ବନ୍ଦୀ ଜୀବନ କାଟିବାକୁ ପଡ଼ିବ । ସାମାଜିକ ଦୂରତା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ତେବେ ଏହି ସମୟରେ ଘରେ ରହି ରହି କିଛି ଲୋକମାନଙ୍କର ମାନସିକ ସନ୍ତୁଳନ ଠିକ୍‌ ରହିନପାରେ । ତେବେ ଲକଡାଉନ୍‌ ବେଳେ କେମିତି ରଖିବେ ମାନସିକ ସନ୍ତୁଳନ । ପରିସ୍ଥିତକୁ କେମିତି ଗ୍ରହଣ କରିବେ । ଏନେଇ  ଭାରତୀୟ ମନୋବିଜ୍ଞାନୀ ସଂଘର  ମୁଖ୍ୟ ଡାକ୍ତର ଅମ୍ରିତ ପାଟ୍ଟଯୋଶୀଙ୍କ ୧୨ ଫର୍ମୁଲା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ସୁବ୍ରତ ବାଗଚୀ ।

  1. କରୋନା ମହାମାରୀ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ସାଜିଛି । ଏ ସମୟରେ ପରିସ୍ଥିତିକୁ ଗ୍ରହଣ କରନ୍ତୁ ଓ ସ୍ୱୀକାର କରନ୍ତୁ,ଗ୍ରହଣ ନକଲେ କଷ୍ଟ ପାଇବେ ବାଗଚୀ ପରାମର୍ଶ ଦେଇଛନ୍ତି  ।
  2. ସାହାସ ଓ ଆଶା ରଖିବା ସହ ପ୍ରଶାସନ ଉପରେ ଭରସା ରଖନ୍ତୁ  ।
  3. ଭୟ ଏବଂ ଆଶଙ୍କା ଏକ ସାଧାରଣ ପ୍ରତିକ୍ରିୟା ।
  4. ପାରସ୍ପରିକ ମନୋମାଳିନ୍ୟକୁ ଭୁଲି ଏକାଠି କାମ କରନ୍ତୁ  ।
  5. କର୍ମଜୀବୀ, ଗୃହସ୍ଥ ଏବଂ ସାମାଜିକ ସତ୍ତାକୁ ଲକଡାଉନ୍‌ ସମୟରେ ଘର ଭିତରେ ଅଲଗା ଅଲଗା କରନ୍ତୁ  ।
  6. ବ୍ୟକ୍ତିଗତ ତ୍ୟାଗର ସମୟ ଆଗକୁ ଆସୁଛି, ଆଗକୁ ମଧ୍ୟ ଆହୁରି କଷ୍ଟ ସମୟ ଆସୁଛି । ସେଥିପାଇଁ ପ୍ରସ୍ତୁତ ରହିବାକୁ ବାଗଚୀ କହିଛନ୍ତି ।
  7. ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ଆଖିରେ ଧନୀ ଗରିବ ସମସ୍ତେ ସମାନ ।
  8. ପରସ୍ପର ପ୍ରତି ସହନଶୀଳ ହୁଅନ୍ତୁ  ।
  9. ମିଥ୍ୟ। ଆଶ୍ୱାସନା ପାଇଁ ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ ।
  10. ସଂକ୍ରମିତଙ୍କୁ ସମବେଦନା ଜଣାନ୍ତୁ ।
  11. ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ମାନ ଦିଅନ୍ତୁ, ସନ୍ଦେହ ଦୃଷ୍ଟିରେ ଦେଖନ୍ତୁ ନାହିଁ  ।
  12. ନିଜ ସମୟକୁ ନିଜେ ସଜାଡ଼ି ନିଅନ୍ତୁ ବାଗଚୀ ପରାମର୍ଶ ଦେଇଛନ୍ତି ।

Leave a Reply