ରାଜ୍ୟରେ ବଢ଼ିଲା କରୋନା ସୁସ୍ଥତାର ହାର, ୪୭୪୩ରେ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ୧୩୭ କରୋନା ସଂକ୍ରମିତ । ସଂକ୍ରମିତ ସଂଖ୍ୟା ରାଜ୍ୟରେ ବଢ଼ୁଥିବା ବେଳେ ତାର ପାଦରେ ପାଦ ମିଶାଇ ଚାଲିଛି କରୋନା ସୁସ୍ଥଙ୍କ ସଂଖ୍ୟା । ଦିନକୁ ଦିନ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ରାଜ୍ୟ ଭିତରେ ବଢ଼ିବାରେ ଲାଗିଛି ।

ଗୁରୁବାର ୧୩୭ ସୁସ୍ଥଙ୍କ ସଂଖ୍ୟା ସହ ରାଜ୍ୟରେ ଏବେ ମୋଟ ୪୭୪୩ ଜଣ ସୁସ୍ଥ ହୋଇଛନ୍ତି । ୧୩୭ ଜଣ ସୁସ୍ଥଙ୍କ ମଧ୍ୟରୁ ଗଞ୍ଜାମରୁ ୩୩, ଖୋର୍ଦ୍ଧାରୁ ୨୯ ଏବଂ କଟକରୁ ୨୨ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ବାଲେଶ୍ୱରରୁ ୧୩ ଯାଜପୁରରୁ ୯ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି କଳାହାଣ୍ଡିରୁ ୬ ଭଦ୍ରକରୁ ୪ ଜଣ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜ, ନୟାଗଡ଼ ଏବଂ ପୁରୀରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ରାଜ୍ୟ ସରକାରଙ୍କର କଠିନ ପରିଶ୍ରମ ଏବଂ ରାଜ୍ୟବାସୀଙ୍କର ସଚେତନତା ପାଇଁ ଆଜି ରାଜ୍ୟ କରୋନା ଯୁଦ୍ଧ ସହ ଲଢ଼ିପାରୁଛି ।

ରାଜ୍ୟରେ ଆଉ ୨୬୪ କରୋନା ପଜିଟିଭ୍ ଚିହ୍ନଟ… ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି

ସେପଟେ ଗୁରୁବାର ସକାଳୁ ୧୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା । ଯାହାଫଳରେ ରାଜ୍ୟରେ ଏବେ ୬୬୧୪ରେ ପହଞ୍ଚିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୧ ରେ ପହଞ୍ଚିଛି ।

Leave a Reply