ବଢୁଛି ଡେଙ୍ଗୁ ଆତଙ୍କ, ଗତ ୨୪ଘଣ୍ଟାରେ ଖୋର୍ଦ୍ଧାରେ ଚିହ୍ନଟ ହେଲେ ୧୩୯ ରୋଗୀ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ହଜାର ପାର୍‌ । ଗତକାଲି ସୁଦ୍ଧା ଜିଲ୍ଲାରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୪୧ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ଚିହ୍ନଟ ହେଲେ ସର୍ବାଧିକ ୧୩୯ଜଣ ଡେଙ୍ଗୁ ରୋଗୀ । ସେଥିମଧ୍ୟରୁ ଭୁବନେଶ୍ୱରରୁ ୧୩୫ଜଣ ଓ ଉପକଣ୍ଠରୁ ୪ଜଣ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରର ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୯୨୬କୁ ବୃଦ୍ଧି ହୋଇଛି । ଗ୍ରାମାଞ୍ଚଳର ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୧୫ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।