ସମ୍ରିଦ୍ଧି ତ୍ରିପାଠୀ । ୧୪ ବର୍ଷର ଓଡ଼ିଆ ଝିଅଙ୍କୁ ମିଳିଛି ଲିଟଲ ମିସ୍ ଇଣ୍ଡିଆ କିଟ୍ ନହ୍ନିପରୀ ମୁକୁଟ । ମିସ୍ ଉର୍ବଶୀ ୨୦୨୫ ସମ୍ମାନ ମଧ୍ୟ ହାତେଇଛନ୍ତି । ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଭାବେ ସାରା ଦେଶରେ ସୁନାମ ଅର୍ଜନ କରିଛନ୍ତି । ଭାରତ ସରକାର ସଂସ୍କୃତି ମନ୍ତ୍ରାଳୟ ଦ୍ବାରା ସ୍କଲାର ଭାବେ ସମ୍ମାନିତ ହୋଇଛନ୍ତି ସମ୍ରିଦ୍ଧି। ମାତୃଭୂମିର ସଂସ୍କୃତି ଐତିହ୍ୟକୁ ବିଭିନ୍ନ ରାଜ୍ୟରେ ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି । ବେଙ୍ଗାଲୁରୁରେ ବାପା, ମାଆଙ୍କ ସହ ରହୁଥିବା ସମ୍ରିଦ୍ଧି କଳାରେ ନୈପୁଣ୍ୟ ସହ ପାଠପଢାରେ ମଧ୍ୟ ମାହିର । ବିଭିନ୍ନ ଅଲମ୍ପିଆଡ଼ରେ ଗୋଲ୍ଡ଼ ମେଡ଼ାଲ ହାତେଇଛନ୍ତି । କିଟ୍ ନହ୍ନିପରୀ ପାଇଁ ଖୁବ୍ ପରିଶ୍ରମ କରିବା ସହ ପ୍ରତିବଦ୍ଧତା ଓ ଦୃଢ ପ୍ରତିଜ୍ଞ ଯୋଗୁଁ ତାଙ୍କୁ ଏଭଳି ସଫଳତା ମିଳିଛି ବୋଲି କହିଛନ୍ତି । ନିଜ ମାଆଙ୍କୁ ଆଦର୍ଶ ବୋଲି ମାନୁଥିବା ସମ୍ରିଦ୍ଧି ଆଗକୁ ସମାଜସେବା ଜାରି ରଖିବେ ବୋଲି କହିଛନ୍ତି ।
ଓଡ଼ିଶୀ ନୃତ୍ୟ ସହ ସମ୍ରିଦ୍ଧି ଆତ୍ମରକ୍ଷା କୌଶଳରେ ନିଜେ ପାରଙ୍ଗମ ହେବା ସହ ଅନ୍ୟମାନଙ୍କୁ ଶିଖାଉଛନ୍ତି । କରାଟେରେ ବ୍ଲାକବେଲ୍ଟ ପାଇଛନ୍ତି । ଓଡ଼ିଶୀ ନୃତ୍ୟରେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି । ଯେକୌଣସି ପ୍ରତିଯୋଗିତାରେ ନିଜର ଉଦ୍ୟମକୁ ପାଥେୟ କରି ସଫଳତା ସାଉଁଟିବାରେ ସଫଳ ହେଉଛନ୍ତି । ଝିଅ ଉପରେ ପ୍ରବଳ ଭରସା ଥିବା କହିଛନ୍ତି ମାଆ । ସମ୍ରିଦ୍ଧିଙ୍କ ଲକ୍ଷ୍ୟ ମିସ୍ ଇଣ୍ଡିଆ ମୁକୁଟ । ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କରିବା ଲକ୍ଷ୍ୟରେ ଆଗକୁ ସେ ବଢିଚାଲିଛନ୍ତି ।

