ପୋଲରୁ ୫୦ ଫୁଟ ତଳକୁ ଖସିଲା ବସ, ୩ ଶିଶୁଙ୍କ ସମେତ ୧୫ ମୃତ

ଭୋପାଳ: ପୋଲ ତଳକୁ ଖସିଲା ବସ୍ । ଦୁର୍ଘଟଣାରେ ୧୫ ଜଣ ପ୍ରାଣ ହରାଇ ଥିବାବେଳେ ୨୫ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଶିଶୁ ଥିବା ସୂଚନା ମିଳିଛି  । ମଧ୍ୟପ୍ରଦେଶ ଖରଗୋନରେ ଅସାବଧାନତାରୁ ପୋଲରୁ ତଳକୁ ଖସିପଡ଼ିଲା ବସ୍ । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଏସପି ସୂଚନା ଦେଇଛନ୍ତି ।

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର । ସେହିପରି ଗୁରୁତରଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଓ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରାଯାଇଛି ।