କୋଭିଡ ଆଇନ ଉଲଙ୍ଗନ କରି ୧୬ ଗିରଫ, ୭୬୩ ଗାଡ଼ି ଜବତ, ୨୩ ଲକ୍ଷ ଜରିମାନା ଆଦାୟ

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି କରିଛନ୍ତି । ପୋଲିସ ପ୍ରସାଶନ ମଧ୍ୟ କୋଭିଡ ୧୯ ଆଇନର ପାଳନ ନେଇ ବ୍ୟାପକ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । ଗତକାଲିଠାରୁ ଏହି ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଇଛି । ଓଡ଼ିଶା ପୋଲିସ ପକ୍ଷରୁ ମିଳ୍ଥିବା ସୂଚନା ଅନୁଯାୟୀ, ୨୩ ତାରିଖ ସକାଳୁ, ୨୪ ତାରିଖ ସକାଳ ମଧ୍ୟରେ କୋଭିଡ ଆଇନ ଉଲଙ୍ଘନ ନେଇ ହୋଇଥିବା ଗୋଟିଏ ମାମଲା ରୁଜୁ ହୋଇଥିବାବେଳେ ୧୬ ଜଣଙ୍କୁ ଗିରଫ କରାଯାଇଛି ଓ ୭୬୩ଟି ଗାଡ଼ି ଜବତ କରାଯାଇଛି । ସେହିଭଳି ୨୨,୫୮,୧୦୦( ୨୨ ଲକ୍ଷ ୫୮ ହଜାର ୧୦୦ ଟଙ୍କା) ଜରିମାନା ଆଦାୟ କରାଯାଇଛି ।

ଲଗାତାର ଭାବରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନାର ଦ୍ୱିତୀୟ ଲହରୀର ଆତଙ୍କ  । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୪୭ ହଜାର ୨୬୨ ନୂଆ ପଜିଟିଭ  । ଏଥିସହ କରୋନା ନେଇଛି ଆଉ ୨୭୫ ଜୀବନ  । ସେହିପରି ଦିନକରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୨୩ ହଜାର ୯୦୭ ଜଣ ଆକ୍ରାନ୍ତ  । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୭ ଲକ୍ଷ ୩୪ ହଜାର ୫୮ରେ ପହଞ୍ଚିଛି  ।  ଏବେ ସୁଦ୍ଧା ମୋଟ ୧ କୋଟି ୧୨ ଲକ୍ଷ ୫ ହଜାର ୧୬୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳଏ,  ୩ ଲକ୍ଷ ୬୮ ହଜାର ୪୫୭ ସକ୍ରିୟ ମାମଲା ରହିଛି  । ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୪୪୧ରେ ପହଞ୍ଚିଛି  । ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଜାରି ଥିବା ବେଳେ ଏବେ ସୁଦ୍ଧା ୫ କୋଟି ୮ ଲକ୍ଷ ୪୧ ହଜାର ୨୮୬ଜଣଙ୍କୁ ଟିକା ଦିଆଯାଇଛି  ।

କରୋନା ନେଇ ନୂଆ ଗାଇଡଲାଇନ୍‌  ଜାରି କଲେ ରାଜ୍ୟ ସରକାର  । ବାହାଘର ଭଳି ଉତ୍ସବରେ ଲୋକସଂଖ୍ୟା କମାଇବାକୁ ନିର୍ଦ୍ଦେଶ  । ବାହାଘରରେ ୨୦୦ ଲୋକଙ୍କୁ ଅନୁମତି  ଦିଆଯାଇଛି  । ପୂର୍ବରୁ ୫୦୦ ଲୋକଙ୍କୁ ଅନୁମତି ଥିଲା  । ଅନ୍ତିମ ସଂସ୍କାରରେ ମାତ୍ର ୫୦ ଜଣଙ୍କୁ ଅନୁମତି ଦିଆଯାଇଛି  । ନୂଆ କଟକଣା ଆସନ୍ତା ୨୬ ତାରିଖରୁ ଲାଗୁହେବ  । ବିବାହ ଉତ୍ସବରେ ସମସ୍ତେ ମାସ୍କ ପିନ୍ଧି ଯୋଗଦେବାକୁ କୁହାଯାଇଛି  । ଯେଉଁମାନେ ମାସ୍କ ପିନ୍ଧି ନଥିବେ ଆୟୋଜକ ସେମାନଙ୍କୁ ଯୋଗାଇବେ ବୋଲି ନିର୍ଦ୍ଦେଶ ରହିଛି  । ତେବେ ବିବାହ ପାଇଁ ଲୋକାଲ୍‌ ପୋଲିସଠୁ ଅନୁମତି ନେବାକୁ ପଡିବ  । ବିବାହ ହେଲେ ମଧ୍ୟ ପ୍ରସେସନ ହେବ ନାହିଁ ବୋଲି ଗାଇଡଲାଇନରେ କୁହାଯାଇଛି  । ଏଥିସହ ସର୍ବସାଧାରଣ ସ୍ଥାନରେ ପାନ, ଗୁଟଖା ଖାଇ ଛେପ ପକାଇବାକୁ ମନା କରାଯାଇଛି  ।

କରୋନା କଟକଣାକୁ କଡ଼ାକଡ଼ି ପାଳନ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ  । ଟେଷ୍ଟ, ଟ୍ରାକ୍‌ ଓ ଟ୍ରିଟ୍‌ ପ୍ରୋଟୋକଲକୁ କଡାକଡି ଭାବେ ପାଳନ କରିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖାଯାଇଛି  । ଏଥିସହ ଆର୍‌ଟି- ପିସିଆର ଟେଷ୍ଟ ବଢ଼ାଇବା ପାଇଁ ମଧ୍ୟ କୁହାଯାଇଛି  । କ୍ବାରେଣ୍ଟାଇନ ଓ ଆଇସୋଲେସନ ନିୟମକୁ ଠିକ୍‌ ଭାବେ ପାଳନ କରିବା ପାଇଁ କୁହାଯାଇଛି  । ଆବଶ୍ୟକ ପଡିଲେ ମାଇକ୍ରୋ ଲେବେଲ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ମଧ୍ୟ ପରାମର୍ଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏପ୍ରିଲ ପହିଲାରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ  । ସଂକ୍ରମିତ ଚିହ୍ନଟ ହେଲେ ତୁରନ୍ତ ଚିକିତ୍ସା କରିବାକୁ କୁହାଯାଇଛି  । କଣ୍ଟାକ୍ଟ ଟ୍ରେସିଂ ଜରିଆରେ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯିବ । ତେବେ ଆନ୍ତଃରାଜ୍ୟ ଚଳାଚଳ ଉପରେ କୌଣସି କଟକଣା ଲାଗୁ ହୋଇନାହିଁ  । ମାସ୍କ ଓ ସାମାଜିକ ଦୂରତାରେ ସମସ୍ତ କାମ କରିବାକୁ କୁହାଯାଇଛି  । ଅଧିକ ଭିଡ଼ ହେଉଥିବା ସ୍ଥାନ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି  । ରାଜ୍ୟ ମଧ୍ୟରେ ଚଳାଚଳ ନେଇ ମଧ୍ୟ କୌଣସି କଟକଣା କରାଯାଇନାହିଁ  । ଗୃହ ସଚିବ ଅଜୟ ଭଲ୍ଲା ମଧ୍ୟ ରାଜ୍ୟର ସଚିବମାନଙ୍କୁ ଚିଠି ଲେଖିଛନ୍ତି  । କରୋନା କଟକଣାକୁ କଡାକଡି କରିବା ପାଇଁ କହିଛନ୍ତି  । ପ୍ରତ୍ୟେକ ଦିନର ସ୍ଥିତି ସମ୍ପର୍କରେ କେନ୍ଦ୍ରକୁ ଅବଗତ କରିବା ପାଇଁ କୁହାଯାଇଛି  । ଏପଟେ ଏପ୍ରିଲ ୩୦ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରିୟ ବିମାନ ଉଡାଣ ଉପରେ କଟକଣା ଲାଗିଛି  । କେବଳ କିଛି ରୁଟ୍‌ରେ ବିମାନ ଉଡିବ

Leave a Reply